ତୋଗଲକି ଶାସନ : OPSC ଭୁଲ ପାଇଁ କିନ୍ତୁ ଦଣ୍ଡ ଭୋଗୁଛନ୍ତି ମେଧାବୀ ପରୀକ୍ଷାର୍ଥୀ

Published By : Prameya-News7 Bureau | October 30, 2018 IST

କଟକ ୩୦\୧୦: ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ବା ଓପିଏସସିର ତୋଗଲକି ଶାସନ । ପରୀକ୍ଷାର୍ଥୀ ଉତ୍ତରଖାତା ମାଗିଲେ ଦେଉନାହାନ୍ତ କର୍ତ୍ତୃପକ୍ଷ । ଏପରିକି ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମାଗିଲେ ଦେବାକୁ ମନା କରି ଦେଉଥିବା ଅଭିଯୋଗ ହୋଇଛି । ଗତ ମାର୍ଚ୍ଚରେ ଡେଣ୍ଟାଲ ସର୍ଜନ ପରୀକ୍ଷାରେ ଓପିଏସ୍‌ ସି ଭୁଲ ପାଇଁ ବହୁ ପରୀକ୍ଷାର୍ଥୀ ଚାକିରିରୁ ବଞ୍ଚିତ ହୋଇଛନ୍ତି । ସବୁ ଜାଣି ମଧ୍ୟ କର୍ତ୍ତୃପକ୍ଷ ତ୍ରୁଟି ସୁଧାରିବାକୁ ନାରାଜ । … OPSC ପିଛା ଛାଡୁନି ବିବାଦ । ଡେଣ୍ଟାଲ ସର୍ଜନ ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ପରେ ଏବେ ସାମ୍ନାକୁ ଆସିଛି ଆଉ ଏକ ନୂଆ ଅଭିଯୋଗ । ଗତ ମାର୍ଚ୍ଚରେ ୧୯୮ ଡେଣ୍ଟାଲ ସର୍ଜନ ପଦବୀ ପାଇଁ ହୋଇଥିଲା ପରୀକ୍ଷା । OPSC ଦ୍ବାରା ନିର୍ଦ୍ଧାରିତ ପ୍ରଶ୍ନର ଉତ୍ତର ମଧ୍ୟରୁ ୧୫ଟି ଭୁଲ ଥିବା ଅଭିଯୋଗ ହୋଇଛି । ନିୟମ ମୁତାବକ ପରୀକ୍ଷାରେ ଆସିଥିବା ପ୍ରଶ୍ନର ଉତ୍ତର ଏକ୍ସପର୍ଟଙ୍କ ଦ୍ବାରା ନିର୍ଦ୍ଧାରିତ ହୋଇଥାଏ । ସେହି ଉତ୍ତର ଆଧାରରେ ହି ଖାତା ମୂଲ୍ୟାୟନ କରାଯାଏ । ଏଠି OPSC ଭୁଲ ପାଇଁ କିନ୍ତୁ ଦଣ୍ଡ ଭୋଗୁଛନ୍ତି ମେଧାବୀ ପରୀକ୍ଷାର୍ଥୀ । ନିୟମ ଅନୁସାରେ ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ କଟ୍ ଅଫ୍ ମାର୍କ ଓ ଉତ୍ତର ଗୁଡିକୁ OPSC ୱେବସାଇଟରେ ଅପଲୋଡ୍ କରାଯାଏ । କିନ୍ତୁ ଡେଣ୍ଡାଲ ସର୍ଜନ ପରୀକ୍ଷାରେ OPSC କଟ ଅପ୍ ମାର୍କ ଓ ଉତ୍ତର ୱେବସାଇଟରେ ପ୍ରକାଶ କରିନି । ଏପରିକି ସୂଚନା ଅଧିକାରୀ ଆଇନ ବଳରେ କୌଣସି ସୂଚନା ଦେବାକୁ OPSC କର୍ତ୍ତୃପକ୍ଷ ମନା କରି ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.