ଚିନ୍ତାରେ ପରୀକ୍ଷାର୍ଥୀ : ୪୦ ମାର୍କର ଦେଇଥିଲେ ପରୀକ୍ଷା, ପାଇଛନ୍ତି ୮୭ ମାର୍କ

Published By : Prameya-News7 Bureau | February 27, 2020 IST

ଉମରକୋଟ ୨।୨:  ପରୀକ୍ଷା ଫଳକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ । ତାହା ପୁଣି କମ୍ ମୂଲ୍ୟାୟନକୁ ନେଇ ନୁହଁ ବରଂ ମୋଟ୍ ମାର୍କଠାରୁ ଢେର ଅଧିକ ମାର୍କ ପାଇବାକୁ ନେଇ । କଥାଟି ଶୁଣିବାକୁ ଟିକେ ଅଢୁଆ ଲାଗୁଥିଲେ ମଧ୍ୟ ଏହା ସତ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସ୍ଥିତ ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ତାଲିମ୍ କେନ୍ଦ୍ରରେ ।

{"id":229714,"sizeSlug":"large"}

ଏହି ତାଲିମ୍ କେନ୍ଦ୍ରରେ ଦ୍ବିତୀୟ ବର୍ଷରେ ତାଲିମ୍ ଗ୍ରହଣ କରୁଛନ୍ତ ଛାତ୍ର ତପନ ଗଣ୍ଡ । ସେ ପ୍ରଥମ ବର୍ଷର ବୋର୍ଡ ପରୀକ୍ଷାରେ ହିନ୍ଦି ଥିଓରୀ ପରୀକ୍ଷାରେ ମୋଟ୍ ୪୦ ମାର୍କର ପରୀକ୍ଷା ଦେଇଥିଲେ । କିନ୍ତୁ ତାଙ୍କୁ ସେଥିରେ ୮୭ ନମ୍ବର ମିଳିଥିବା ଦେଖିବା ପରେ ସେ ବିଚଳିତ ହୋଇପଡିଛନ୍ତି ।

{"id":229715,"sizeSlug":"large"}

ଏବେ ସେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଥିବା ପ୍ରକାଶ କରିଛନ୍ତି । ଏହା ସଙ୍ଗେ ସଙ୍ଗେ ନିଜ ଯୋଗ୍ୟତା ମୁତାବକ ମାର୍କ ପ୍ରଦାନ କରିବାକୁ ବୋର୍ଡ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ।

{"id":229716,"sizeSlug":"large"}

ସେପଟେ ମାର୍କ ପୋଷ୍ଟିଂ ବେଳେ ଅଥବା ମୂଲ୍ୟାୟନ ବେଳେ ତ୍ରୁଟି ହୋଇଥିବା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରତିକ୍ରିୟା ଦେଇଥିବାବେଳେ ଏଭଳି ବୋର୍ଡ ପରୀକ୍ଷାରେ ତ୍ରୁଟିକୁ ଗୁରୁତର ସହ ନେବା ଉଚିତ୍ ବୋଲି ମତ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.