oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ବାଦଶ ଟର୍ମ-୨ ପରୀକ୍ଷା, ପ୍ରଶ୍ନପତ୍ର ପଢିବାକୁ ୧୫ ମିନିଟ୍‌ ସମୟ

26/04/2022 at 7:44 AM

ଭୁବନେଶ୍ୱର ୨୬।୦୪ : ଆଜିଠୁ ସିବିଏସ୍ ଇ ଦଶମ ଓ ଦ୍ବାଦଶ ଟର୍ମ-୨ ପରୀକ୍ଷା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ, ସିବିଏସ୍ଇ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଓ ଦ୍ୱାଦଶ ଶ୍ରେଣୀର ଦ୍ୱିତୀୟ ପର୍ଯ୍ୟାୟ ବା ଟର୍ମ-୨ ପରୀକ୍ଷା ଆଜିଠୁ ଆରମ୍ଭ ହେବ। ଅଫ୍ ଲାଇନ୍ ମୋଡ୍ ରେ ହେବାକୁ ଥିବା ଏହି ପରୀକ୍ଷା ପାଖାପାଖି ୫୦ ଦିନ ଧରି ଚାଲିବ।

ଚଳିତବର୍ଷ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଓଡ଼ିଶାରୁ ପାଖାପାଖି ୧୮ ହଜାର ପିଲା ଅଂଶଗ୍ରହଣ କରୁଥିବା ବେଳେ ଦଶମ ଶ୍ରେଣୀରେ ୩୦ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ଦଶମ ଶ୍ରେଣୀ ପରୀକ୍ଷା ମେ’ ୨୪ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଜୁନ୍ ୧୫ରେ ଶେଷ ହେବ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏଥର ଦୁଇଟି ବିଷୟ ମଧ୍ୟରେ ବଡ଼ ବ୍ୟବଧାନ ଦିଆଯାଇଛି। ଯାହାଦ୍ବାରା ପିଲାଙ୍କୁ ପରୀକ୍ଷା ଲାଗି ପଢ଼ିବାକୁ ଅଧିକ ସୁଯୋଗ ମିଳିବ।

ତେବେ ପ୍ରତି ବିଷୟ ପରୀକ୍ଷା ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହେବ। ପରୀକ୍ଷାର୍ଥୀ ପୂର୍ବାହ୍ନ ୧୦ ସୁଦ୍ଧା ନିଜ ସିଟ୍ ରେ ବସିବେ । ୧୦ଟା ୧୫ରେ ପ୍ରଶ୍ନପତ୍ର ବଣ୍ଟନ କରାଯିବ । ପ୍ରଶ୍ନପତ୍ର ପଢ଼ିବାକୁ ପରୀକ୍ଷାର୍ଥୀଙ୍କୁ ୧୫ ମିନିଟ୍ ସମୟ ଦିଆଯିବ। କରୋନା ସଂକ୍ରମଣକୁ ନଜରରେ ରଖି କଟକଣା ମଧ୍ୟରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ପରୀକ୍ଷାର୍ଥୀ ନିଜର ହ୍ୟାଣ୍ଡ୍ ସାନିଟାଇଜର ଆଣି କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଇଛି। ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା, ପିଲାଙ୍କୁ କୋଭିଡ୍ -୧୯ଠାରୁ ଦୂରେଇ ରଖିବା ଦିଗରେ ଅଭିଭାବକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

   Related Posts