ମହିଳା ସରପଞ୍ଚଙ୍କୁ ଜାତିଆଣ ଆକ୍ଷେପ ସହ ଦୁର୍ବ୍ୟବହାର ଅଭିଯୋଗ : ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗିରଫ

Published By : Prameya-News7 Bureau | August 28, 2019 IST

କଳାହାଣ୍ଡି ୨୮୮:  ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୁପଣ ସଭାରେ ମହିଳା ସରପଞ୍ଚଙ୍କୁ ଜାତିଆଣ ଆକ୍ଷେପ ସହ ଦୁର୍ବ୍ୟବହାର ଅଭିଯୋଗରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜେଡି ନେତା ଗିରଫ ହୋଇଛନ୍ତି ।

{"id":149923}

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ଭେଜିଗୁଡା ପଚଂ।ୟତର ନୂତନ କୋଠା ନିର୍ମ।ଣ ପାଇଁ ଭେଜିଗୁଡାଠାରେ ସ୍ଥାନ ଚିହ୍ନଟ ସଭାରେ ମହିଳା ସରପଚଂଙ୍କୁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜେଡି ନେତା ଯଦୁମଣୀ ସାହୁ ଦୁର୍ବ୍ୟବହାର ତଥା ଜାତିଆଣ ଆକ୍ଷେପ କରି ଗଣ୍ଡଗୋଳ କରିଥିବା ଅଭିଯୋଗ ଗିରଫ କରାଯାଇଛି । ସଭାରେ ବିଡିଓ ଓ ତହସିଲଦାରଙ୍କ ଉପସ୍ଥିତିରେ ମଦ ପିଇ ଦୁର୍ବ୍ୟବହାର କରିଥିବା ନେଇ ଥାନାରେ ଲିଖିତ ଆଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି । ପୂର୍ବରୁ ନୂତନ ପଚଂ।ୟତ ପାଇଁ କାର୍ଯ୍ୟାଳୟ ସ୍ଥାନ ନିରୂପଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ କୋର୍ଟକୁ ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.