କୃଷକଙ୍କ ବିରୋଧକୁ ସମର୍ଥନ, ପୁରସ୍କାର ଫେରାଇବାକୁ ଘୋଷଣା କଲେ ପୂର୍ବତନ ଖେଳାଳି ଓ ଅଲମ୍ପିଆନ୍

Published By : Prameya-News7 Bureau | December 01, 2020 IST

ଜଳନ୍ଧର ୧।୧୨: କୃଷକଙ୍କ ବିରୋଧକୁ ଖେଳାଳି ଏବଂ ଅଲମ୍ପିଆନ୍ ସମର୍ଥନ କରିଛନ୍ତି । ଅଲମ୍ପିଆନ୍‌ଙ୍କ ସହ ୪ ଜଣ ପୂର୍ବତନ ଶ୍ରେଷ୍ଠ ଭାରତୀୟ ଖେଳାଳି ଘୋଷଣା କରିଛନ୍ତି ଯେ, ସେମାନେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ନିଜ ନିଜ ଖେଳ ପୁରସ୍କାର ଫେରସ୍ତ କରିବେ । ଦିଲ୍ଲୀ ରାସ୍ତାରେ ପ୍ରଦର୍ଶନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବେ । ଏହି ଖେଳାଳିମାନେ ୫ ଡିସେମ୍ବରରେ ଦିଲ୍ଲୀ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବତନ ଖେଳାଳିମାନେ ଏହାକୁ ପାଳନ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି ଯେ, ଯଦି ଡିସେମ୍ବର ୫ ପର୍ଯ୍ୟନ୍ତ କୃଷକମାନଙ୍କ ଦାବିକୁ ଶୁଣାନଯାଏ ତେବେ ସେମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ନିଜ ପୁରସ୍କାରକୁ ମଧ୍ୟ ରାଷ୍ଟ୍ରପତି ଭବନ ବାହାରେ ରଖିବେ ଯଦି ସମ୍ଭବ ହେବ । ଗତ କିଛି ମାସରେ କୃଷକଙ୍କ ଦ୍ବାରା କୌଣସି ଘଟଣା ଘଟିନାହିଁ । ଏହାପରେ ମଧ୍ୟ କେନ୍ଦ୍ରର ପ୍ରବର୍ତ୍ତନରେ ହରିୟାଣାରେ ଖଟ୍ଟର ସରକାର ଦ୍ବାରା ସେମାନଙ୍କୁ ଦିଲ୍ଲୀ ରାସ୍ତାରେ ପୋଲିସ ଦ୍ବାରା ଟାର୍ଗେଟ୍ କରାଯାଇଥିଲା । ଯଦି ଆମର ବରିଷ୍ଠଙ୍କ ପଗଡି ଏବଂ ସମ୍ମାନ ସୁରକ୍ଷିତ ନାହିଁ । ତେବେ ସମ୍ମାନ ଏବଂ ପୁରସ୍କାର ଆମର କୌଣସି କାମକୁ ନୁହେଁ ।

ଭାରତର ପୂର୍ବତନ ଶ୍ରେଷ୍ଠ ପହଲିମାନ ଏବଂ ପଦ୍ମ ପୁରସ୍କାର ପ୍ରାପ୍ତ କରତାର ସିଂହ, ଭାରତୀୟ ହକି ଗୋଲ୍ଡେନ ଗର୍ଲ ଏବଂ ଅର୍ଜୁନ ପୁରସ୍କାରପ୍ରାପ୍ତ ରାଜବୀର କୌର, ଅର୍ଜୁନ ପୁରସ୍କାର ପ୍ରାପ୍ତ ବାସ୍କେଟବଲ ଖେଳାଳି ସଜ୍ଜନ ସିଂହ ଚିମା ଏବଂ ପୂର୍ବତନ ହକି ଅଲିମ୍ପିଆନ ତଥା ଅର୍ଜୁନ ପୁରସ୍କାର ବିଜେତା ଗୁରମେଲ ସିଂହ, ପୂର୍ବତନ କ୍ରିକେଟ୍ ପ୍ରଶିକ୍ଷକ ରାଜିନ୍ଦର ସିଂହ ମଧ୍ୟ ସମର୍ଥନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.