ପୂର୍ବତନ ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ; ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | December 17, 2022 IST

ଯାଜପୁର ୧୭/୧୨: ତରପଦା ପଞ୍ଚାୟତ ପୂର୍ବତନ ସରପଞ୍ଚ ନଖିଆ ସାହୁଙ୍କ ଉପରେ ଆକ୍ରମଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସମସ୍ତଙ୍କ ଆଗରେ ତାଙ୍କୁ ଜଣେ ଜଣେ ଯୁବକ ନିସ୍ତୁକ ପିଟିଛନ୍ତି। ଏଭଳି ଏକ ଦୃଶ୍ୟ ଯାଜପୁର ଜିଲ୍ଲା ଟାଉନ ଥାନା ଅଞ୍ଚଳ ରାମବାଗ ଛକରେ ଦେଖିବାକୁ ମିଳିଛି।  ସରପଞ୍ଚ ଏବେ ଗୁରୁତର ହୋଇ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଯାହାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ଯମରେ ଭାଇରାଲ ହୋଇଛି। ଗତ ୨ ଦିନ ପୂର୍ବେ ବା ଗୁରୁବାର ଏହି ଘଟଣା ଘଟିଛି। ସରପଞ୍ଚଙ୍କୁ ସମ୍ପୃକ୍ତ ଯୁବକ ଜଣଙ୍କ କାହିଁକି ପୂର୍ବତନ ସରପଞ୍ଚଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ବେଲ୍ଟରେ ପିଟୁଛନ୍ତି ତାହା ଜଣାପଡିନି।

{"id":722172,"width":661,"height":371,"sizeSlug":"full","linkDestination":"none"}

ଆକ୍ରମଣ କରିଥିବା ଯୁବକଙ୍କ ପରିଚୟ ଦେବଦତ୍ତ ଦାସ। ସେ ମଙ୍ଗଳପୁର ଥାନା ଅନ୍ତର୍ଗତ ଖୋସାଲପୁର ଗାଁର ବାସିନ୍ଦା। ଛଞ୍ଚିଣା ଗାଁର ସନ୍ତୋଷ କୁମାର ମହାନ୍ତି ଏବଂ ମାନସ ମହାନ୍ତିଙ୍କ ସହ ୮ ଯୁବକ ଆକ୍ରମଣ ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏଥିରେ ଯାଜପୁର ଟାଉନ ଥାନା ପୋଲିସ ଅଭିଯୋଗ ନମ୍ୱର ୪୬୦/୨୨ ମୂଳେ ମାମଲା ରୁଜୁ କରିଛି। ଏହାସହ ଆକ୍ରମଣରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଆକ୍ରମଣରେ ଶିକାର ହୋଇ ପୂର୍ବତନ ସରପଞ୍ଚ ନଖିଆ ସାହୁ ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.