ଭାରତ ଯୋଡୋ ଯାତ୍ରାରେ ଯୋଗ ଦେଲେ ପୂର୍ବତନ RBI ଗଭର୍ଣ୍ଣର ରଘୁରାମ ରାଜନ, ଜାଣନ୍ତୁ କ’ଣ କହିଲା ବିଜେପି
14/12/2022 at 4:32 PM

ସୱାଇ ମାଧୋପୁର୧୪।୧୨: ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାରେ ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଯୋଗ ଦେଇଛନ୍ତି। ରାଜସ୍ଥାନରେ ଚାଲିଥିବା ଯାତ୍ରା ସୱାଇ ମାଧୋପୁରର ଭାଡୌତୀରୁ ବୁଧବାର ସକାଳେ ଆରମ୍ଭ ହୋଇଥିଲା। ଏଥିରେ ରାଜନଙ୍କୁ ରାହୁଲଙ୍କ ସହିତ ଚାଲୁଥିବା ଓ ଆଲୋଚନା କରୁଥିବାର ଦେଖାଯାଇଛି।
#BharatJodoYatra में @RahulGandhi जी के साथ कदम मिलाते RBI के पूर्व गवर्नर श्री रघुराम राजन…
— Congress (@INCIndia) December 14, 2022
नफ़रत के खिलाफ देश जोड़ने के लिए खड़े होने वालों की बढ़ती संख्या बताती है कि- हम होंगे कामयाब। pic.twitter.com/MFV6izCpcw
ଭାରତ ଯୋଡା ଯାତ୍ରାରେ ରାହୁଲଙ୍କ ସହ ରଘୁରାମ ରାଜନ ଚାଲୁଥିବାର ଫଟୋ ସେୟାର କରି କଂଗ୍ରେସ ପାର୍ଟି ଏକ ଟ୍ୱିଟ୍ କରିଛି। ଏଥିରେ ‘ବିଦ୍ୱେଷ ବିରୋଧରେ ଦେଶକୁ ଏକ କରିବା ଲାଗି ଛିଡା ହେଉଥିବା ଲୋକଙ୍କ ସଂଖ୍ୟା ବେଳକୁ ବେଳ ବଢୁଥିବା କହୁଛି ହମ ହୋଙ୍ଗେ କାମୟାବ..’ ଉଲ୍ଲେଖ କରାଯାଇଛି। କେବଳ କଂଗ୍ରେସ ନୁହେଁ ଅନେକ ନେଟିଜେନ ଓ ବରିଷ୍ଠ କଂଗ୍ରେସ ନେତାମାନେ ମଧ୍ୟ ଏହି ଫଟୋ ଟ୍ୱିଟ୍ କରି ଭୋରତ ଯୋଡୋ ଯାତ୍ରା ପ୍ରତି ରଘୁରାମ ରାଜନଙ୍କ ସମର୍ଥନ ଦର୍ଶାଇଛନ୍ତି।
#BharatJodoYatra में @RahulGandhi जी के साथ कदम मिलाते RBI के पूर्व गवर्नर श्री रघुराम राजन…
— Congress (@INCIndia) December 14, 2022
नफ़रत के खिलाफ देश जोड़ने के लिए खड़े होने वालों की बढ़ती संख्या बताती है कि- हम होंगे कामयाब। pic.twitter.com/MFV6izCpcw
ତେବେ ବିଜେପି ନେତା ଅମିତ ମାଲବ୍ୟ ପ୍ରତିକ୍ରିୟାରେ ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ‘ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ କଂଗ୍ରେସ ନିଯୁକ୍ତ କରିଥିବା ଉଲ୍ଲେଖ କରିଛନ୍ତି। ଏଣୁ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ତାଙ୍କୁ ଦେଖାଯିବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ ବୋଲି କହିଛନ୍ତି। ସେହିପରି ସେ ନିଜକୁ ପରବର୍ତ୍ତି ମନମୋହନ ସିଂହ ଭାବୁଥିବା ଓ ତେବେ ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ତାଙ୍କ ମନ୍ତବ୍ୟକୁ ତିରସ୍କାର ସହ ଅଗ୍ରାହ୍ୟ କରିଦିଆଯିବାଦରକାର ବୋଲି କହିଛନ୍ତି। କାରଣ ସେ ରଙ୍ଗୀନ ଅବସରବାଦୀ ବୋଲି ଉଲ୍ଲେଖ କରିଛନ୍ତି।’
WALKING WHILE TALKING ABOUT THE ECONOMY pic.twitter.com/gP3ODwPSVc
— P. Chidambaram (@PChidambaram_IN) December 14, 2022
ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୨୦୧୩ରୁ ସେପ୍ଚେମ୍ବର ୨୦୧୬ ପର୍ଯ୍ୟନ୍ତ ଡା.ରଘୁରାମ ରାଜନ ଭାରତୀୟ ରିଜର୍ଭ ବ୍ୟାଙ୍କର ୨୩ତମ ଗଭର୍ଣ୍ଣର ଥିଲେ। ଏହା ପୂର୍ବରୁ ୨୦୦୩ରୁ ୨୦୦୬ ମସିହା ପର୍ଯ୍ୟନ୍ତ ସେ ଅନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମଏଫ)ଙ୍କ ମୁଖ୍ୟ ଅର୍ଥଶାସ୍ତ୍ରୀ ଥିଲେ। ଭାରତ ଯୋଡୋ ଯାତ୍ରା ପୂର୍ବହ୍ନ ଅଧିବେଶନରେ ବାଦଶାହାପୁରା ପର୍ଯ୍ୟନ୍ତ ପହଞ୍ଚିଥିଲା।
Raghuram Rajan, former RBI Governor, a Congress appointee, joining Rahul Gandhi’s Bharat Jodo Yatra is not a surprise. He fancies himself as the next Manmohan Singh. Just that his commentary on India’s economy should be discarded with disdain. It is coloured and opportunistic…
— Amit Malviya (@amitmalviya) December 14, 2022
ଭାରତ ଯୋଡୋ ଯାତ୍ରା ୨୬ଜାନୁୟାରୀ ୨୦୨୩ରେ କାଶ୍ମୀରରେ ସମାପ୍ତ ହେବ। ଏହିଯାତ୍ରା ଲଗାତାର ଚାଲିଥିବା ବେଳେ ବିଭିନ୍ନ ପର୍ଯ୍ୟାୟରେ ଅନେକ ଅତିଥି ଯୋଗ ଦେଉଛନ୍ତି। ଅତୀତରେ ରାହୁଲଙ୍କ ସହ ଯାତ୍ରାରେ ମେଧା ପାଟେକର, କମ୍ପ୍ୟୁଟର ବାବା ନାମଦେବ ଦାସ ତ୍ୟାଗୀ, ସ୍ୱରା ଭାସ୍କର, ବକ୍ସର ବିଜେନ୍ଦ୍ର ସିଂହ ପ୍ରମୁଖ ରାହୁଲଙ୍କ ସହ ଯାତ୍ରାରେ ପାଦକୁ ପାଦ ମିଳାଇ ଚାଲିଥିଲେ।