ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ୩୩ ବର୍ଷର ଇନିଂସ ସରିବ, ୯ କେନ୍ଦ୍ରମନ୍ତ୍ରୀ ରାଜ୍ୟସଭାରୁ ନେବେ ଅବସର

Published By : Prameya-News7 Bureau | April 02, 2024 IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ୯ କେନ୍ଦ୍ରମନ୍ତ୍ରୀଙ୍କ ସମେତ ମୋଟ ୫୪ ଜଣ ସାଂସଦ ରାଜ୍ୟସଭାରୁ ମଙ୍ଗଳବାର ଏବଂ ବୁଧବାର ଅବସର ଗ୍ରହଣ କରିବେ । ଏହାପରେ କିଛି ଜଣ ସଂସଦର ଉପର ସଦନକୁ ଆଉ ଫେରିବେନି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ୩୩ ବର୍ଷର ଦୀର୍ଘ ସଂସଦୀୟ ଇନିଂସ ବୁଧବାର ଏପ୍ରିଲ ୩ରେ ଶେଷ ହେବ । ତେବେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପ୍ରଥମ ଥର ରାଜ୍ୟସଭାକୁ ଯିବେ ।

ଭାରତୀୟ ଅର୍ଥନୀତିରେ ଅନେକ ସଂସ୍କାର ଆଣିଥିବା ମନମୋହନ ସିଂ ୧୯୯୧ ଅକ୍ଟୋବରରେ ପ୍ରଥମ ଥର ପାଇଁ ସଂସଦର ସଦସ୍ୟ ହୋଇଥିଲେ । ନରସିଂହ ରାଓ ସରକାରରେ ୧୯୯୧ରୁ ୧୯୯୬ ଯାଏ ସେ ଅର୍ଥମନ୍ତ୍ରୀ ଥିଲେ । ଏହାପରେ ସେ ୨୦୦୪ରୁ ୨୦୧୪ ଯାଏ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ୭ ଜଣ କେନ୍ଦ୍ରମନ୍ତ୍ରୀ-ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ, ପଶୁ ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା, କେନ୍ଦ୍ର ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, କେନ୍ଦ୍ର ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ, କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ନାରାୟଣ ରାଣେ ଏବଂ କେନ୍ଦ୍ର ଆଇବି ରାଷ୍ଟ୍ରମନ୍ତ୍ରୀ ଏଲ.ମୁରଗନଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଛି । ସେହିପରି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ କେନ୍ଦ୍ର ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ବୁଧବାର ଶେଷ ହେବ ।

ପଢନ୍ତୁ: ଲଢ଼େଇ ହେବ ଜୋରଦାର୍ , ଏହି ସବୁ ଚର୍ଚ୍ଚିତ ଆସନରେ ମୁହାଁ ମୁହିଁ ହେବେ ଭେଟେରାନ ଆଉ ନବାଗତ

ଅଶ୍ୱିନୀ ବୈଷ୍ଣବଙ୍କୁ ଛାଡ଼ି ଅନ୍ୟ ସମସ୍ତ କେନ୍ଦ୍ରମନ୍ତ୍ରୀ ଆଗାମୀ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଅଶ୍ୱିନୀ ବୈଷ୍ଣବ ଏବଂ ମୁରୁଗନଙ୍କୁ ହିଁ ରାଜ୍ୟସଭାରେ ଆଉ ଏକ କାର୍ଯ୍ୟକାଳ ପାଇଁ ଦଳ ସୁଯୋଗ ଦେଇଛି । ୪୯ ଜଣ ସାଂସଦଙ୍କ ମଙ୍ଗଳବାର କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ୫ ଜଣଙ୍କ କାର୍ଯ୍ୟକାଳ ବୁଧବାର ଶେଷ ହେବ ।

  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.