ପାକିସ୍ତାନରେ ବଳ ପୂର୍ବକ ହିନ୍ଦୁ ଝିଅଙ୍କ କରାଯାଉଛି ଧର୍ମ ପରିବର୍ତ୍ତନ, ସତ ମାନିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

Published By : Prameya-News7 Bureau | August 13, 2022 IST

ନୂଆଦିଲ୍ଲୀ: ଶେଷର ନିଜ ମୁହଁରେ ସତକୁ ସ୍ୱୀକାର କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ପାକିସ୍ତାନରେ ଜୋର ଜବରଦସ୍ତି ଅଣ ମୁସଲମାନ ଝିଅମାନଙ୍କ ଧର୍ମ ପରିବର୍ତ୍ତନ କରଯାଉଛି ବୋଲି ସେ ମାନିଛନ୍ତି । ପାକିସ୍ତାନର ସିନ୍ଧରେ ସଂଖ୍ୟାଲଘୁଙ୍କ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ଇମ୍ରାନ ଖାନ ଏହି କଥା କହିଛନ୍ତି ।

କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ଇମ୍ରାନ ଖାନ ଜବରଦସ୍ତି ଅଣ ମୁସଲମାନ ଝିଙ୍କ ଧର୍ମପରିବର୍ତ୍ତନକୁ ନିନ୍ଦା କରିଛନ୍ତି । ଏହାସହ କୁରାନର ଏକ ଆୟତକୁ ଉଲ୍ଲେଖ କରି, ଯେଉଁମାନେ ଜୋର କରି ଜଣେ ଅଣ ମୁସଲମାନଙ୍କୁ ଧର୍ମପରିବର୍ତ୍ତନ କରିବା ପାଇଁ ବାଧ୍ୟ କରାଉଛନ୍ତି ସେମାନେ ଆଲହାଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ବୋଲି କହିଛନ୍ତି ।

ଏହା ପ୍ରଥମ ଘଟଣା ଯେତେବେଳେ ପାକିସ୍ତାନର କୌଣସି ବଡ଼ ନେତା ଧର୍ମପରିବର୍ତ୍ତନ ଉପରେ ଏହିପରି ବୟାନ ଦେଇଛନ୍ତି । ପୂର୍ବରୁ ପାକିସ୍ତାନରେ ହିନ୍ଦୁ ଝିଅମାନଙ୍କ ସହ ଜୋର କରି ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯାଉଥିବା ନେଇ ଅନେକ ରିପୋର୍ଟରେ ଦାବି କରାଯାଇଥିଲା। କିନ୍ତୁ ପାକିସ୍ତାନ ସରକାର ଏବଂ ରାଜନେତାମାନେ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଉ ନଥିଲେ।

ଗତ ବର୍ଷ ମିଳିତ ଜାତିସଂଘ ଧାର୍ମିକ ସ୍ୱାଧୀନା ଉଲ୍ଲଂଘନକୁ ନେଇ ପାକିସ୍ତାନକୁ ବିଶେଷ ଚିନ୍ତା ଥିବା ଦେଶ ସୂଚୀରେ ସାମିଲ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.