ଭାରତକୁ ନିନ୍ଦିତ କରିବାକୁ ଉଦ୍ୟମ କରି ପାକିସ୍ତାନର ପୂର୍ବତନ ହାଇକମିଶନ ଅବଦୁଲ ବାସିତ ହେଲେ ଅପମାନିତ, ପର୍ଣ୍ଣଷ୍ଟାରଙ୍କୁ ଭାବିଲେ କାଶ୍ମୀର ଯୁବକ…ଜଣନ୍ତୁ ପୂରା ଘଟଣା

Published By : Prameya-News7 Bureau | September 03, 2019 IST

ନୂଆଦିଲ୍ଲୀ୩|୯: ଭାରତରେ ପାକିସ୍ତାନର ପୂର୍ବତନ ହାଇକମିଶନ ଅବଦୁଲ ବାସିତ କାଶ୍ମୀର ସମ୍ପର୍କିତ ଏକ ଟୁଇଟକୁ ରି ଟୁଇଟ କରି ଅପମାନିତ ଓ ଲଜ୍ଜିତ ହୋଇଛନ୍ତି । ପୋଲିସଲର ପାଲେଟ ଗୁଳିମାଡରେ ଜଣେ କାଶ୍ମୀର ଯୁବକ ନିଜ ଦୃଷ୍ଟି ଶକ୍ତି ହରାଇଛନ୍ତି ବୋଲି ଜଣେ ବ୍ୟକ୍ତିଙ୍କ ଫଟୋ ସହ ଗୋଟିଏ ଟୁଇଟ ହୋଇଥିଲା । ଏହି ଟୁଇଟକୁ ଦେଖିବା ମାତ୍ରେ ଅବଦୁଲ ବାସିତ ଏହାକୁ ରି ଟୁଇଟ କରିଥିଲେ ।

{"id":152432,"width":592,"height":784}

କିନ୍ତୁ ମଜାକଥା ହଲା ଯେ, ଅବଦୁଲ ଯେଉଁ ଟୁଇଟକୁ ରି-ଟ୍ବିଇଟ କରିଥିଲେ ସେଥିରେ କାଶ୍ମୀର ଯୁବକ ବୋଲି ଯାହାଙ୍କ ଫଟୋ ଦିଆଯାଇଥିଲା ତାହା ଜଣେ ଜଣାଶୁଣା ପର୍ଣ୍ଣଷ୍ଟାରଙ୍କର ।  ସୂଚନାଯୋଗ୍ୟ ଯେ, ମୂଳ ଟ୍ବିଟଟି ଉମର ନାମକ ଣେ ସୋସିଆଲ ମିଡିଆ ୟୁଜର ପୋଷ୍ଟ କରିଥିଲେ । ପର୍ଣ୍ଣଷ୍ଟାରଙ୍କ ଫଟୋକୁ ସେ କାଶ୍ମୀର ଯୁବକ ବୋଲି ପୋଷ୍ଟ କରିବା ସହ ପାଲେଟଗନ ମାଡରେ ତାଙ୍କ ଦୃଷ୍ଟି ଶକ୍ତି ଚାଲିଯାଇଥିବା ଲେଖିଥିଲେ । ଏହି ପୋଷ୍ଟକୁ ନେଇ ସ୍ବର ଉତ୍ତୋଳନ କରିବା ଲାଗି ମଧ୍ୟ ସେ ନିବେଦନ କରିଥିଲେ ।

{"id":152433}

 ପୋଷ୍ଟର ସତ୍ୟସତ୍ୟ ଯାଞ୍ଚ ନକରି ଭାରତରେ ପାକିସ୍ତାନର ହାଇକମିଶନର ଅବଦୁଲ ବାସିତ ଏହାକୁ ରିଟ୍ବିଟ କରିବା ପରେ ନାୟଲା ଇନାୟତ ନାମକ ଜଣେ ପାକିସ୍ତାନୀ ସାମ୍ବାଦିକ ହିଁ ଏହାର ସମାଲୋଚନା କରିଥିଲେ । ନାୟଲା ଏହାର ସ୍କ୍ରିନ ସଟ ସେୟାର କରି ଲେଖିଥିଲେ ଯେ, ପର୍ଣ୍ଣଷ୍ଟାର ଜନି ସିନ୍ସଙ୍କ ଫଟୋକୁ ବସିତ କାଶ୍ମୀର ଯୁବକ ବୋଲି ଗ୍ରହଣ ତରି ରିଟ୍ବିଟ କରିଛନ୍ତି । ତେବେ ଏହାପରେ ଅବଦୁଲ ବସିତ ଲଜ୍ଜିତ ହେବା ସହ ଟୁଇଟଟିକୁ ଡିଲିଟ କରିଦେଇଛନ୍ତି ।

{"id":152434,"width":589,"height":694}

ସୂଚନାଯୋଗ୍ୟ ଯେ, କାଶ୍ମୀର ପ୍ରସଂଗକୁ ନେଇ ପାକିସ୍ତାନର ବହୁ ଅଧିକାରୀ ଓ ନେତା ଏଭଳି ଭୁଲ ତଥ୍ୟକୁ ଗ୍ରହଣ କରି ବାରମ୍ବାର ଅପମାନିତ ହେବାର ନଜୀର ରହିଛି । ବିଶେଷକରି କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ସୋସିଆଲ ମିଡିଆରେ ଭାରତର ଛବିକୁ ଖରାପ କରିବା ଲାଗି ବରାବର ଉଦ୍ମ କରିଆସୁଛି ।

{"id":152435,"width":626,"height":533}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.