scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବେଜିତ୍ ହେଲେ ବାଜଓ୍ବା; ବିଦେଶରେ ପାକିସ୍ତାନ ପୂର୍ବ ସେନା ପ୍ରମୁଖଙ୍କୁ ନିର୍ଦ୍ଧୁମ ଗାଳି, ଭିଡିଓ ଭାଇରାଲ୍

6/06/2023 at 1:08 PM

ନୂଆଦିଲ୍ଲୀ: ବିଦେଶରେ ପରିବାର ସହ ଛୁଟି କାଟୁଛନ୍ତି ପାକିସ୍ତାନ ପୂର୍ବତନ ସେନା ମୁଖ୍ୟ ଜେନେରାଲ କମର ବାଜଓ୍ବା । ତେବେ ତାଙ୍କର ଏବେ ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଫଗାନିସ୍ତାନର ଜଣେ ବ୍ୟକ୍ତି, କମର ବାଜଓ୍ବାଙ୍କୁ ଗାଳିଗୁଲଜ୍ କରୁଥିବା ଶୁଣିବାକୁ ମିଳିଛି । ବିଦନାମ ବାଜଓ୍ବା ବିଦେଶରେ ବି ବେଜିତ୍ ହୋଇଛନ୍ତି ।

ପାକିସ୍ତାନ ମିଡିଆ ରିପୋର୍ଟ ମୁତାବକ, ଏହି ଭିଡିଓ ଫ୍ରାନ୍ସର ବୋଲି ଜଣାପଡ଼ିଛି । ପାକିସ୍ତାନର ପୂର୍ବତନ ସେନା ପ୍ରମୁଖ ଏବେ ଫ୍ରାନ୍ସରେ ଛୁଟି କାଟୁଛନ୍ତି । ଜେନେରାଲ କମର ବାଜଓ୍ବା ନିଜ ପତ୍ନୀଙ୍କ ସହିତ ଏକ ପାହାଚରେ ବସିଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସି ଅଭଦ୍ର ଭାଷାରେ ଗାଳି କରୁଥିବା ଦେଖିବାକୁ ମିଳିଛି । ବାଜଓ୍ବା ଆଫଗାନିସ୍ତାନରେ ଜିହାଦ ପ୍ରଚାର ସହିତ ତାଲିବାନୀଙ୍କୁ ସହଯୋଗ କରୁଥିବା ଅଭିଯୋଗ ଲଗାଇଛନ୍ତି । ଏଥିରେ ବାଜଓ୍ବା କହିଛନ୍ତି, ସେ ଏବେ ପାକିସ୍ତାନର ସେନା ପ୍ରମୁଖ ନାହାନ୍ତି ଏବଂ ଏହି ବ୍ୟବହାର ପାଇଁ ସେ ପୋଲିସ ଡାକିବା ପାଇଁ କହିଥିଲେ । ଏହା ଶୁଣି ବ୍ୟକ୍ତି ଜଣଙ୍କ ତାଙ୍କୁ ପାସ୍ତୋ-ହିନ୍ଦ୍-ଈରାନୀ ଭାଷାରେ ଗାଳି କରିଥିଲେ ।

ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ ଯୁବକ, ପାକିସ୍ତାନ ସେନା ଉପରେ ମାନବାଧିକାର ନିୟମ ଉଲ୍ଲଙ୍ଘନ, ଦୁର୍ବ୍ୟବହାର ଓ ଆଫଗାନିସ୍ତାନକୁ ବର୍ବାଦ କରିବା ପାଇଁ ତାଲିବାନଙ୍କୁ ସହଯୋଗ କରୁଥିବା ଅଭିଯୋଗ ଆଣିଛନ୍ତି ।

ଜେନେରାଲ ବାଜଓ୍ବା ନଭେମ୍ବର ୨୦୨୨ରେ ପାକିସ୍ତାନ ସେନା ପ୍ରମୁଖ ପଦରୁ ଇସ୍ତଫା ଦେଇଛନ୍ତି । ସେ ନଭେମ୍ବର ୨୦୧୬ରେ ଆର୍ମି ଚିଫ୍ ପଦ ସମ୍ଭାଳି ଥିଲେ ଏବଂ ଅଗଷ୍ଟ ୨୦୧୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ମତଭେଦ ହୋଇଥିଲା । ଅନ୍ୟପଟେ ସେନା ପାକିସ୍ତାନ ରାଜନୀତିରେ ହସ୍ତକ୍ଷେପ କରୁଥିବା ବାଜଓ୍ବା ନିଜ ବିଦାୟୀ କାଳୀନ ସଭାରେ ସ୍ବିକାର କରିଥିଲେ ।

   Related Posts