Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ସଡ଼କ ଦୁର୍ଘଟଣାରେ ପୂର୍ବତନ ସାଂସଦଙ୍କ ପରଲୋକ, କଂଗ୍ରେସ ଛାଡି ବିଆରଏସ୍‌ରେ ହୋଇଥିଲେ ସାମିଲ୍

4/02/2023 at 12:37 PM

ଯାଜପୁର ୦୪/୦୨: ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ପୂର୍ବତନ ଯାଜପୁର ସାଂସଦ । ସେ ହେଉଛନ୍ତି ଅନାଦି ଦାସଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଚରଣ ଦାସ । ଗାଡି ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି ।

ସୂଚନା ଥାଉକି, ବାଇକରେ ଯାଉଥିବା ବେଳେ ଯାଜପୁର ଖରସ୍ରୋତା ବ୍ରିଜ ଉପରେ ତାଙ୍କ ଉପରେ ହାଇଓ୍ୱା ମାଡି ଯାଇଥିଲା । ଫଳରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ସଂଗେ ସଂଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା ।

ମୃତ ପୂର୍ବତନ ସାଂସଦ ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ୧୯୯୫ରୁ ୨୦୦୦ ଯାଏଁ କଂଗ୍ରେସ ଦଳରୁ ବିଧାୟକ ଥିଲେ । ଏଇ ନିକଟରେ ସେ ବିଆରଏସ ପାର୍ଟିରେ ହୋଇଥିଲେ ସାମିଲ ।

   Related Posts