oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ବଢ଼ିଲା ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ହାଜତ ମିଆଦ, ଦିନକ ପୂର୍ବରୁ ଚାନ୍ଦିୱାଲ କମିସନରେ ହୋଇଥିଲେ ହାଜର

20/01/2022 at 5:42 PM

ମୁମ୍ବାଇ ୨୦।୧: ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିଚାରବିଭାଗୀୟ ହାଜତ ମିଆଦ ଗୁରୁବାର  ଆଉ ୧୪ ଦିନ ବଢାଇ ଦିଆଯାଇଛି।  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦେଶମୁଖଙ୍କୁ ୨ ନଭେମ୍ବର ୨୦୨୧ରେ ଗିରଫ କରିଥିଲା।  ସେ ଏବେ ମୁମ୍ବାଇ ଆର୍ଥରରୋଡ ଜେଲରେ ବିଚାରବିଭାଗୀୟ ବନ୍ଦୀ ଭାବେ ଅବସ୍ଥାନ କରୁଛନ୍ତି। ତେବେ ଦିନକ ପୂର୍ବରୁ ଦେଶମୁଖଙ୍କୁ ଚାନ୍ଦିୱାଲ କମିଶନରେ ହାଜର  କରାଯାଇଥିଲା। 

କମିଶନରେ ସଚ୍ଚିନ ବାଜେଙ୍କ ଓକିଲ ଦେଶମୁଖଙ୍କୁ ଜେରା କରିଥିଲେ। ଏଥିରେ ଓକିଲ ଆଣ୍ଟିଲିଆ ବିସ୍ଫୋରକ ବୋଝେଇ ବାହନ ସମ୍ପର୍କରେ ଦେଶମୁଖଙ୍କୁ ପଚରାଉଚରା କରିଥିଲେ।  ଆଣ୍ଟିଲିଆ ବୋମା ଆଶଙ୍କାକୁ ନେଇ ୩ ଜଣ ଅପର ମୁଖ୍ୟ ସଚିବଙ୍କ ଉପସ୍ଥିତିରେ ତତ୍କାଳୀନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କୁ ପଚରାଉଚରା ଲାଗି ଡକାଇଥିଲି ବୋଲି ଦେଶମୁଖ କହିଥିଲେ। ସେତେବେଳେ ପରମବୀର ସିଂହ ଡରରେ ଥରୁଥିଲେ ।

ପରମବୀର ସିଂହଙ୍କ ପରିସ୍ଥିତି ଦେଖି ସେଠାରେ ଉପସ୍ଥିତ ଅଧିକାରୀମାନେ ତଦନ୍ତ ଲାଗି ମାମଲା ଏଟିଏସ୍‌କୁ ଟ୍ରାନ୍ସଫର କରିବାକୁ ପରାମର୍ଶ ଦେଇଥିଲେ। ତେବେ ଏଥିରେ ପରମବୀର ସିଂହ ଆପତ୍ତି କରିବା ସହ ଯାଞ୍ଚକୁ ମୁମ୍ବାଇ ପୋଲିସ ଅଧିନରେ ରଖାଯାଉ ବୋଲି କହିଥିଲେ। ତେବେ ୬ ମାର୍ଚ ୨୦୨୧ରେ ସେ ମାମଲା ଏଟିଏସ୍ କୁ ଟ୍ରାନ୍ସଫର କରିବା ସହ ଏଥିରୁ ସଚ୍ଚିନ ବାଜେକୁ ହଟାଇ ଦେଇଥିବାର ଚାନ୍ଦିୱାଲ କମିଶନଙ୍କୁ କହିଥିଲେ।   

   Related Posts