ହରିୟାଣାର ପୂର୍ବତନ ମନ୍ତ୍ରୀଙ୍କ ପୁଅଙ୍କ ଆତ୍ମହତ୍ୟା, ଆଇଏନଏଲଡିର ରାଜ୍ୟ ମୁଖ୍ୟଙ୍କ ସହ ୬ ଜଣକ ବିରୋଧରେ ମାମଲା ରୁଜୁ
13/01/2023 at 12:28 PM

ନୂଆଦିଲ୍ଳୀ, ୧୩/୦୧: ହରିୟାଣାର ପୂର୍ବତନ ମନ୍ତ୍ରୀ ମାଙ୍ଗେ ରାମ ରାଠୀଙ୍କ ପୁଅ ଜଗଦୀଶ ରାଠୀଙ୍କ ଆତ୍ମହତ୍ୟା ଅଭିଯୋଗ। ଏହି ମାମଲାରେ ୬ ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ୍। ଏମାନଙ୍କ ମଧ୍ୟରେ ଆଏନଏଲଡି ର ରାଜ୍ୟ ମୁଖ୍ୟ ନାଫେ ସିଂହଙ୍କ ସହ ୬ ଜଣ କର୍ମୀ ରହିଛନ୍ତି। ଅଭିଯୋଗ ହୋଇଛି ଏମାନେ ଜଗଦୀଶଙ୍କୁ ଆତ୍ମହତ୍ୟା କରିବାକୁ ଉସ୍କେଇବା ନେଇ ଅଭିଯୋଗ ରହିଛି।
ପୋଲିସ୍ କହିଛି ୫୫ ବର୍ଷୀୟ ଜଗଦୀଶ, ବୁଧବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଛନ୍ତି। ବିଷକ୍ରିୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ୁଛି ବୋଲି କହିଛି ପୋଲିସ୍। ତେବେ ଏହି ମାମଲାରେ ତଦନ୍ତ ଚାଲିଛି ଏବଂ ପୋଷ୍ଟମର୍ଟମ ରିପୋର୍ଟ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ଝଜ୍ଜର ପୋଲିସ୍ ସୁପରିଟେଣ୍ଡେଣ୍ଟ ଓ୍ବସିମ୍ ଅକ୍ରମ।
ପୋଲିସ ଆହୁରି କହିଛି ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, କିଛି ଲୋକ ଜଗଦୀଶଙ୍କୁ ଜମିଜମା ବିବାଦକୁ ନେଇ ହଇରାଣ କରୁଥିଲେ। ଆଉ ଯେଉଁଥିରେ ଅତିଷ୍ଠ ହୋଇ ଏଭଳି କରିଥିବା ଅଭିଯୋଗ କରିଛନ୍ତି ପରିବାରଲୋକ। ଗତ ବର୍ଷ ଡିସେମ୍ବର ୨୬ ଜଗଦୀଶ ଏକ ଅଡିଓ କ୍ଲିପ୍ ଜାରି କରିଥିଲେ ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ ଏହି ଲୋକମାନେ ତାଙ୍କୁ ହଇରାଣ କରୁଛନ୍ତି ଏବଂ ଯଦି କିଛି ହୁଏ ତେବେ ଏମାନେ ଦାୟୀ ରହିବେ। ଏହି କ୍ଳିପ୍ରେ ରହିଥିଲା। ସେହି ସମୟରେ ପୋଲିସ୍ ତାଙ୍କୁ ଏକ ଏତଲା ଦେବାକୁ କହିଥିଲେ। କିନ୍ତୁ ସେ ଏତଲା ଦେଇନଥିଲେ। ଆଉ ଏବେ ସେ ଆତ୍ମହତ୍ୟା କରିଛନ୍ତି ବୋଲି କହିଛି ପୋଲିସ୍।