ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କଲେ ହୁଡ୍ଡା, ଖଟ୍ଟର ସରକାରଙ୍କ ବିରୋଧରେ ଆଣିବେ ଅବିଶ୍ୱାସ ପ୍ରସ୍ତାବ

Published By : Prameya-News7 Bureau | December 04, 2020 IST

ଚଣ୍ଡିଗଡ଼ ୪।୧୨: ଚାଷୀଙ୍କ ପ୍ରତି ନିର୍ଯାତନା ହରିୟାଣାର ଖଟ୍ଟର ସରକାରଙ୍କ ଲାଗି ଏବେ ବିପଦଜନକ ସାବ୍ୟସ୍ତ ହେବାକୁ ଯାଉଛି। ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା ଶୁକ୍ରବାର ରାଜ୍ୟପାଳଙ୍କ ନିକଟରେ ବିଧାନସଭା ବିଶେଷ ଅଧିବେଶନ ଆହ୍ୱାନ ଲାଗି ଦାବି କରିଛନ୍ତି। ଏହି ଅଧିବେସନରେ ଶାସକ ମେଣ୍ଟ ବିରୋଧରେ ସେ ଅବିଶ୍ୱାସ ପ୍ରସ୍ତାବ ଆଣିବେ ବୋଲି କହିଛନ୍ତି।

{"id":372632,"width":577,"height":380,"sizeSlug":"large"}

ରାଜ୍ୟରେଥିବା ସରକାର ଲୋକ ଓ ବିଧାନସଭାରେ ଆସ୍ଥା ହରାଇଛନ୍ତି। ଏଣୁ କୃଷି ପ୍ରସଙ୍ଗରେ ଆଲୋଚନା ସହ ସରକାରଙ୍କ ବିଶ୍ୱାସମତ ପରୀକ୍ଷା ଲାଗି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଉ ବୋଲି ହୁଡ୍ଡା ଦାବି କରିଛନ୍ତି। ଦିଲ୍ଲୀ ଚଲ୍ଲୋ ଆହ୍ୱାନରେ ଯୋଗଦେଇଥିବା ଚାଷୀଙ୍କ ମଧ୍ୟରେ ଖାଲିସ୍ତାନୀ ସମର୍ଥକ ଦିଲ୍ଲୀ ଯାଇଥିବା ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଗଣମାଧ୍ୟମରେ ଆଶଙ୍କା ବ୍ୟକ୍ତ କରିଥିଲେ। ଏ ନେଇ ମଜଭୁତ ପ୍ରମାଣକୁ ଅପେକ୍ଷା କରାଯାଇଛି ଓ ପ୍ରମାଣ ମିଳିଲେ ପର୍ଦ୍ଦାଫାସ କରାଯିବ ବୋଲି କହିଥିଲେ।

{"id":372633,"sizeSlug":"large"}

ଚାଷୀଙ୍କୁ ନେଇ ଖଟ୍ଟରଙ୍କ ବିବୃତ୍ତି ଦେଶରେ ଚହଳ ପକାଇଥିଲା। ଖଟ୍ଟରଙ୍କ ବିବୃତ୍ତିକୁ ବିରୋଧ କରି ଯିଏ ଆନ୍ଦୋଳନ କରିବ ସେ କଂଗ୍ରେସୀ ନଚେତ ଅଭିବକ୍ତ ପଞ୍ଜାବ ପ୍ରଦେଶର ବୋଲି ସେ ଖାଲିସ୍ତାନୀ କହିବା ଅତ୍ୟନ୍ତ ନିନ୍ଦନୀୟ  କହିଥିଲେ ହୁଡ୍ଡା । ତେବେ ରାଜ୍ୟରେ ଚାଷୀ ଆନ୍ଦୋଳନକୁ ନେଇ ବଢୁଥିବା ସମର୍ଥନ ଖଟ୍ଟର ସରକାରଙ୍କ ଲାଗି ବିପଦ ସୃଷ୍ଟି କରିଛି। ଚାଷୀଙ୍କ ପ୍ରତି ରାଜ୍ୟର ବିଜେପି ସରକାରଙ୍କ ଅମାନବୀୟତା ସୀମା ପାର କରିଥିଲା। ଏଣୁ ବିଧାନସଭାରେ ଯଦି ଆସ୍ଥାଭୋଟ କରାଯାଏ ତେବେ ଖଟ୍ଟର ସରକାର ଚାଷୀ ପ୍ରସଙ୍ଗରେ ଏକାକୀ ହୋଇପଡିବା ସହ ସଂଖ୍ୟା ଗରିଷ୍ଠତା ହରାଇପାରନ୍ତି ବୋଲି ଏବେ ଆଶଙ୍କା କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.