ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବାଣପୁର ଗ୍ୟାସ୍ ସିଲିଣ୍ଡର ଦୁର୍ଘଟଣା : ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

20/08/2021 at 3:19 PM

ଭୁବନେଶ୍ବର ୨୦।୮: ବାଣପୁର ଗ୍ୟାସ୍ ସିଲିଣ୍ଡର ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା । ଗୁରୁବାର ବାଣପୁରର ଗମ୍ଭାରୀ ମୁଣ୍ଡା ଗାଁରେ ଗ୍ୟାସ୍ ସିଲିଣ୍ଡର ଦୁର୍ଘଟଣାରେ ଗୁରୁତର ଆହତ ଜଣେ ବ୍ୟକ୍ତିଙ୍କର ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏତଦବ୍ୟତୀତ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ  ହେଉଥିବା ଅନ୍ୟ ବ୍ୟକ୍ତିମାନଙ୍କୁ  ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୋମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ ଗୁରୁବାର ଘଟିଥିବା ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି ।

   Related Posts