ଏକ୍ସ ଗର୍ଲଫ୍ରେଣ୍ଡଙ୍କ ଜନ୍ମ ଦିନରେ ନିଜର କଥିତ ଗର୍ଲଫ୍ରେଣ୍ଡଙ୍କ ସହ ପହଞ୍ଚିଲେ ସଲମାନ ଖାନ୍ : ଫଟୋ ଭାଇରାଲ୍
11/07/2019 at 3:12 PM

ମୁମ୍ବାଇ ୧୧/୭: ସଲମାନ ଖାନ୍ ସବୁବେଳେ ନିଜ ଆଫେୟାରକୁ ନେଇ ଚର୍ଚ୍ଚାରେ ରୁହନ୍ତି। ବୋଧହୁଏ ସେ ବଲିଉଡର ଏକମାତ୍ର ଏପରି ଅଭିନେତା ଯାହାର ଅନେକ ହିରୋଇନଙ୍କ ସହ ଆଫେୟାର ରହିଛି। ନିକଟରେ ସଲମାନ ନିଜ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ଜନ୍ମଦିନ ସେଲିବ୍ରେଟ କରିଛନ୍ତି।

ଜୁଲାଇ ୯ତାରିଖରେ ସଲମାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଥିବା ସଙ୍ଗୀତା ବିଜଲାନିଙ୍କ ଜନ୍ମଦିନ ଥିଲା। ସଙ୍ଗୀତାଙ୍କ ଏହି ୫୪ତମ ଜନ୍ମଦିନରେ ସଲମାନ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ସଙ୍ଗୀତା ଧୁମଧାମରେ ନିଜ ଜନ୍ମଦିନ ପାଳନ କରିଥିଲେ। ତାଙ୍କ ଜନ୍ମ ଦିନରେ ସେ ତାଙ୍କ ଅନେକ ନିକଟ ସମ୍ପର୍କୀୟଙ୍କୁ ଡାକିଥିଲେ। ଏହି ପାର୍ଟିର ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଫଟୋରେ ସଲମାନ ଖାନ୍,ୟୁଲିଆ ବନ୍ତୁର,ମୋହନୀଶ ବହଲ,ପ୍ରଡ୍ୟୁସର ସାଜିଦ ନାଦିଆଦଓ୍ବାଲା ନଜର ଆସିଛନ୍ତି। ସଙ୍ଗୀତା କଳା ରଙ୍ଗର ଆଉଟଫିଟରେ ଷ୍ଟନିଙ୍ଗ ଲାଗୁଛନ୍ତି।\

୮୦ ଏବଂ ୯୦ ଦଶକରେ ସଲମାନ ଖାନ ଏବଂ ସଙ୍ଗୀତା ବିଜଲାନିଙ୍କ ଆଫେୟାରର ଚର୍ଚ୍ଚା ଜୋର ଧରିଥିଲା। କୁହାଯାଉଥିଲା ଯେ ସଙ୍ଗୀତା ଏବଂ ସଲମାନ ଖୁବ୍ ଶୀଘ୍ର ବିବାହ କରି ପାରନ୍ତି। କିନ୍ତୁ କଥା ଆଗକୁ ବଢ଼ିବା ପୂର୍ବରୁ ଉଭୟଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା।

କିନ୍ତୁ ବ୍ରେକଅପ ପରେ ସଲମାନ ଏବଂ ସଙ୍ଗୀତା ଭଲ ସାଙ୍ଗ ଅଛନ୍ତି। ଉଭୟଙ୍କୁ ଅଧିକାଂଶ ସମୟ ଏକାଠି ହ୍ୟାଙ୍ଗ ଆଉଟ କରିବା ଦେଖାଯାଇଛି। ସଲମାନ ଖାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ବାର୍ଥ ଡେ ପାର୍ଟିରେ ଏବେକାର ଗର୍ଲଫ୍ରେଣ୍ଡ ୟୁଲିଆ ବନ୍ତୁରଙ୍କ ନଜର ଆସିବା କୈାଣସି ସରପ୍ରାଇଜଠୁ କମ୍ ନଥିଲା।

ଏହା ପୂର୍ବରୁ ମଧ୍ୟ ସଲମାନ ଖାନଙ୍କ ଜନ୍ମଦିନ ପାର୍ଟିରେ ସଙ୍ଗୀତା ଏବଂ ୟୁଲିଆଙ୍କୁ ଏକାଠି ଦେଖାଯାଇଛି। ଏବେ ସଲମାନ ,ୟୁଲିଆଙ୍କୁ ଡେଟ୍ କରୁଥିବା ଖବର ଶୁଣିବାକୁ ମିଳୁଛି। କିନ୍ତୁ ଦୁହେଁ ନିଜ ସମ୍ପର୍କ ବିଷୟରେ କେବେ ଖୋଲି କହିନାହାନ୍ତି।