‘ତୋ ସହିତ ମୁଁ ରିଲେସନ ରଖିବାକୁ ବହୁତ ଇଚ୍ଛା, ଆରେ ଇନଡାଇରେକ୍ଟ ରିଲେସନ ନୁହେଁ, ଡାଇରେକ୍ଟ ରିଲେସନ’ : ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ କଲେ ଏମିତି ମେସେଜ, ତାପରେ…

Published By : Prameya-News7 Bureau | February 21, 2019 IST

ଭୁବନେଶ୍ବର ୨୧|୨ (ଦୁଷ୍ମନ୍ତ କୁମାର ବେହେରା) : ପୁଣି ଜଣେ ଶିକ୍ଷକଙ୍କ କଳାକାରନାମା । ନିଜ ପୂର୍ବତନ ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ ପଠାଇଥିବା ଅଭିଯୋଗ । ଘଟଣାଟି ଘଟିଛି କାକଟପୁର ଅଞ୍ଚଳରେ ।

ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରାକ୍ତନ ଛାତ୍ରୀଙ୍କୁ କଣ ଲେଥିଛନ୍ତି ପଢନ୍ତୁ-

ହାଇ …. ।

ଭଲ ଅଛୁ …. ।

ତୁ ତ ମୋତେ ଭୁଲି ଗଲୁଣି…. ।

ମୁଁ କିନ୍ତୁ ଭୁଲିନି … ।

ତୋ ସହିତ ମୁଁ ରିଲେସନ ରଖିବାକୁ ବହୁତ ଇଚ୍ଛା … । 

ଆରେ ଇନଡାଇରେକ୍ଟ ରିଲେସନ ନୁହେଁ …. ।

ଡାଇରେକ୍ଟ ରିଲେସନ …. ।

ମୁଁ ତୋତେ ବହୁତ ଲାଇକ କରେ .. ।

କେବେ ଦେଖା ହେବୁ କହ … ।

{"id":87424,"align":"center","width":349,"height":620}

ମୋବାଇଲର ଏହି ସ୍କ୍ରିନସଟ ପୁଲିସ ପାଖରେ ଦାଖଲ ହୋଇଛି । କିଭଳି ଇଙ୍ଗିତ ଭରା ମେସେଜ ପଠାଯାଇଛି । ଏଭଳି ମେସେଜ ଜଣେ ଛାତ୍ରୀଙ୍କୁ ତାଙ୍କ ପୂର୍ବତନ ପ୍ରଧାନ ଶିକ୍ଷକ ପଠାଇଛନ୍ତି । ପ୍ରଥମେ ଫେସବୁକରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଲେ । ପରେ ଫୋନ ନମ୍ବର ନେଇ ଛାତ୍ରୀଙ୍କ ସହ ଅଶ୍ଲୀଳ କଥା ହେଲେ । ଖଣ୍ଡଗିରି ଥାନାରେ ଏ ନେଇ ସଂପୃକ୍ତ ଯୁବତୀ ଜଣକ ତାଙ୍କ ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ।

{"id":87425,"align":"center","width":321,"height":570}

ଯୁବତୀଙ୍କ ଘର କାକଟପୁର ଅଞ୍ଚଳରେ । ସେପଟେ ତାଙ୍କ ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ପ୍ରଭାତ ତରାଇ ଏବେ ଗୋପରେ ସବ ରେଜିଷ୍ଟାର ଭାବେ କାର୍ଯ୍ୟରତ । ୨୦୦୯ ରେ  କାଟପୁର ବଳିକା ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ ଏହି ଛାତ୍ରୀ । ସେହି ସମୟରେ ପ୍ରଭାତ ତରାଇ ତାଙ୍କ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିଲେ ।

{"id":87426,"align":"center","width":300,"height":533}

ଦୀର୍ଘ ବର୍ଷର ବ୍ୟବଧାନ ପରେ ଗତ ଦେଢ ବର୍ଷ ତଳେ ଉଭୟଙ୍କ ମଧ୍ୟରେ ଫେସବୁକରେ ପୁଣି କଥା ବାର୍ତା ଆରମ୍ଭ ହୋଇଥିଲା । ତେବେ ପ୍ରଭାତଙ୍କ ଇଙ୍ଗିତ ଭରା ମେସେଜ ପ୍ରଜ୍ଞାଙ୍କୁ ପସନ୍ଦ ଆସି ନ ଥିଲା । ଏ ନେଇ ପ୍ରଜ୍ଞା ବହୂବାର ପ୍ରଭାତଙ୍କୁ ବାରଣ କରିଥିଲେ । ହେଲେ ପ୍ରଭାତ ମେସେଜ ପଠାଇବା ବନ୍ଦ କରିନଥିଲେ । ଏପରିକି ଗତ ୧୩ ତାରିଖ ଦିନ ମଧ୍ୟ ସେ ଶେଷ ମେସେଜ ପଠାଇଥିବା ଯୁବତୀ ଅଭିଯୋଗ କରିଛନ୍ତି । ଏ ନେଇ ପ୍ରଭାତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି ।

{"id":87427,"align":"center","width":330,"height":587}

ସେପଟେ ଏହି ଘଟଣାକୁଗରୁତ୍ବ ସହ ନେଇଛି କମିଶରେଟ ପୋଲିସ । ଘଟଣାର ସଠିକ ତଦନ୍ତ କରି ଅଭିଯୋଗକରୀଣୀଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି । ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ପୁଣି ଏକ କଳାକାରନାମା । ଏଭଳି ଘଟଣା ବାରମ୍ବାର ଘଟିଆସୁଛି ।  

{"id":87428,"align":"center","width":347,"height":617}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.