scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବନ୍ଧାହେଲେ ଭଦ୍ରକର ପୂର୍ବତନ DSWO, ଜବତ ହୋଇଛି ସାଢେ ୫ କୋଟିର ସ୍ଥାବର ଅସ୍ଥାବର ସମ୍ପତ୍ତି

23/06/2023 at 3:13 PM

ଭୁବନେଶ୍ୱର ୨୩/୦୬: ବନ୍ଧାହେଲେ ଭଦ୍ରକର ପୂର୍ବତନ ଡିଏସ୍‌ଡବ୍ଲ୍ୟୁଓ(ଜିଲ୍ଲା ସମାଜମଙ୍ଗଳ ଅଧିକାରୀ) ଜୟନ୍ତୀ ବେହେରା ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଶୁକ୍ରବାର ଜୟନ୍ତୀ ବେହେରାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।

ସୂଚନା ଥାଉକି, ଜୟନ୍ତୀଙ୍କ ଭଦ୍ରକ ଭଡା ଘର, ଭୁବନେଶ୍ୱର କାର୍ଯ୍ୟାଳୟ, ଫ୍ଲାଟ୍‌, ବାଲେଶ୍ୱର ସ୍ଥିତ ଘର, ସୁନହଟରେ ଥିବା ଝିଅଘର, ଚିଡ଼ିଆପୋଲ ନିକଟରେ ଥିବା ଛତୁଆ ପ୍ରସ୍ତୁତକାରୀ ଠିକାଦାର ଶଙ୍କର ଚଣ୍ଡଙ୍କ ଘରେ ଏହି ଚଢ଼ଉ ହୋଇଥିଲା । ମୋଟ ୧୧ଟି ସ୍ଥାନରେ ଏକା ସାଙ୍ଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏହି ସମୟରେ ସାଢ଼େ ୫ କୋଟି ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା ।

ଜବତ ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ବାଲେଶ୍ୱରର ପିରିଙ୍ଗିପାଟଣା ସ୍ଥିତ ୩ ମହଲା କୋଠା, ଗଣେଶ୍ୱରପୁରର ସିଦେ୍ଧଶ୍ୱର କଲୋନି ସ୍ଥିତ କଲୋନିର ୩ ମହଲା କୋଠା । ଉକ୍ତ ଘର ୨ଟି ଯଥାକ୍ରମେ ୪୦୦୦ ଓ ସାଢ଼େ ୫୫୦୦ ବର୍ଗଫୁଟର । ବାଲେଶ୍ୱରରେ ୧୧୪୦ ବର୍ଗଫୁଟ୍‌ ଅଞ୍ଚଳରେ ଆଉ ଗୋଟିଏ ୨ ମହଲା ନିର୍ମାଣାଧୀନ କୋଠା, ଭୁବନେଶ୍ୱର ଗୌତମ ନଗର ଉତ୍କଳ ରୟାଲ ରେସିଡେନ୍ସିରେ ଗୋଟିଏ ୩ ବିଏଚ୍‌କେ ଫ୍ଲାଟ୍‌, ପୁରୁଣା ଭୁବନେଶ୍ୱର ଷ୍ଟଲ୍‌ୱାଟ୍‌ ପାଲେସ୍‌ରେ ୩ ବିଏଚ୍‌କେ ଫ୍ଲାଟ୍‌, ବାଲେଶ୍ୱର ପ୍ରମୁଖ ଅଞ୍ଚଳରେ ୮ ପ୍ଲଟ ।

ଚଢ଼ଉ ସମୟରେ ତାଙ୍କ ଘରୁ ୨.୭୯ ଲକ୍ଷ ଟଙ୍କା, ୧.୬୧ କୋଟିର ବ୍ୟାଙ୍କ, ପୋଷ୍ଟାଲ ଜମା ଓ ବୀମା ପଲିସି, ଗୋଟିଏ କାର୍‌, ୨ଟି ବାଇକ୍‌, ୨ କେଜିରୁ ଅଧିକ ରୁପା, ସାଢ଼େ ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ବହୁ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ତା’ଛଡା ଜୟନ୍ତୀଙ୍କ ଭାଇଙ୍କ ପରିବାର ଅନ୍ୟ ବ୍ୟକ୍ତିଙ୍କ ନାଁରେ ମଧ୍ୟ କୋଟି କୋଟି ଟଙ୍କାର ସମ୍ପତ୍ତି କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ତାଙ୍କ କାର୍ଯ୍ୟକାଳ ସମୟରେ ସେ ବହୁ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇ ଆସୁଥିଲା ।

   Related Posts