suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ଵର ପାଣ୍ଡେଙ୍କ ରାଜନୈତିକ ଜୀବନ ଆରମ୍ଭ, ଜେଡିୟୁରେ ହେଲେ ସାମିଲ

27/09/2020 at 5:10 PM

ପାଟନା ୨୭।୦୯: ବିହାରର ପୂର୍ବତନ ଡିଜିପି ତଥା ନିକଟରେ ସ୍ଵେଚ୍ଛାକୃତ ଅବସର ନେଇଥିବା ଗୁପ୍ତେଶ୍ଵର ପାଣ୍ଡେ ଆଜି ଜେଡିୟୁରେ ସାମିଲ ହୋଇଛନ୍ତି। ଡିଜିପି ରବିବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ତାଙ୍କ ଉପସ୍ଥିତିରେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହା ସହିତ ଆଜିଠୁ ପାଣ୍ଡେଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଛି। ଜେଡିୟୁରେ ଯୋଗ ଦେବା ପରେ ପାଣ୍ଡେ କହିଛନ୍ତି ନୀତିଶ କୁମାର ଆମର ନେତା। ପାର୍ଟି ଏବଂ ତାଙ୍କ ତରଫରୁ ଯାହା ଆଦେଶ ମିଳିବ ସେ ତାର ପାଳନ କରିବେ।

ପୂର୍ବତନ ଡିଜିପି କହିଛନ୍ତି ପାର୍ଟି ଯାହା ବି ଦାୟିତ୍ଵ ଦେବ ତାହା ପାଳନ କରିବେ। ଯଦି ନିର୍ବାଚନ ଲଢିବାକୁ କୁହାଯାଏ ତେବେ ସେ ନିର୍ବାଚନ ଲଢିବେ। ପାଣ୍ଡେ କହିଛନ୍ତି, ସେ ହୃଦୟରୁ ବହୁତ ଖୋଲା ମଣିଷ। ମୋତେ ଏବେ ମଧ୍ୟ ଜଣା ନାହିଁ ଯେ ରାଜନୀତି କଣ ହୋଇଥାଏ। ଏହା ପୂର୍ବରୁ ସେ ଶନିବାର ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାରଙ୍କୁ ସାକ୍ଷାତ କରିଥିଲେ।ପାଣ୍ଡେଙ୍କ ଜେଡିୟୁରେ ସାମିଲ ହେବା ସହିତ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ନେଇ ଯେଉଁ କଳ୍ପନା ଜଳ୍ପନା  ଲାଗି ରହିଥିଲା ସେଥିରେ ବିରାମ ଲାଗିଛି।

ଉଲ୍ଲେଖନୀୟ ଗୁପ୍ତେଶ୍ଵର ପାଣ୍ଡେ ଅନେକ ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପ୍ରଶଂସା କରି ସାରିଛନ୍ତି। ସେ ନୀତିଶ ସରକାରଙ୍କୁ ମଦ ବିରୋଧୀ ସମେତ ସଡକ-ପାଣି ଏବଂ ଅନ୍ୟ ବିକାଶ କାର୍ଯ୍ୟ ପାଇଁ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଥିଲେ ଯେ, ନୀତିଶ ପ୍ରଶାସନ ଓ ପୋଲିସ ବିଭାଗ ମାମଲାରେ ବହୁତ କଠୋର। ତାଙ୍କର ଭିଜନ ବହୁତ ସ୍ପଷ୍ଟ। ନିକଟରେ ଫେସବୁକ ଲାଇଭ୍‌ରେ ସେ ନୀତିଶ ସରକାରଙ୍କ ସମର୍ଥନରେ ଅନେକ କଥା ଉଲ୍ଲେଖ କରିଥିଲେ।

   Related Posts