Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ମନିଲଣ୍ଡ୍ରିଂ ଅଭିଯୋଗରେ ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

30/05/2022 at 8:04 PM

ନୂଆଦିଲ୍ଲୀ ୩୦।୫: ଆମ ଆଦମୀ ପାର୍ଟି (ଆପ) ସରକାରଙ୍କ  ପୂର୍ବତନ ଦିଲ୍ଲୀ ସ୍ୱାସ୍ଥ୍ରମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଗିରଫ କରିଛନ୍ତି। ତାଙ୍କୁ ମନିଲଣ୍ଡ୍ରିଂ ମାମଲାରେ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀର ଆପ ସରକାରରେ ସତ୍ୟେନ୍ଦ୍ର ଜୈନ ବରିଷ୍ଠ ମନ୍ତ୍ରୀ। ତାଙ୍କ ହାତରେ ଦିଲ୍ଲୀ ସରକାରଙ୍କ ଅନେକ ବିଭାଗ ରହିଛି।

 

ଜୈନଙ୍କ ଗିରଫଦାରୀକୁ ନେଇ ଆପର ପ୍ରଥମ ପ୍ରତିକ୍ରିୟା ମିଳିଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ଶିଷୋଦିଆ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ହିମାଚଳ ପ୍ରଦେଶରେ ଜୈନଙ୍କ ନିର୍ବାଚନ ପ୍ରଚାରରେ ତାଙ୍କୁ ରୋକିବା ଲାଗି ଏପରି କାର୍ଯ୍ୟାନୁଷ୍ଠାନ କରାଯାଇଥିବା କହିଛନ୍ତି। ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ଓ ୮ ବର୍ଷ ପୂର୍ବର ଏକ ମାମଲାରେ ଇଡି ଯେଉଁ କାର୍ଯ୍ୟାନୁଷ୍ଠାନ କରିଛନ୍ତି ତାର କୌଣସି ସତ୍ୟତା ନାହିଁ ଓ ଏହା ସମ୍ପୂର୍ଣ୍ଣ ଜାଲିଆତି ବୋଲି କହିଛନ୍ତି।  ଫଦାରୀ ନେଇ ବିସ୍ତୃତ ବିବରଣୀକୁ ଅପେକ୍ଷା କରାଯାଇଛି।  

ସେ କହିଛନ୍ତି ଯେ ଜୈନଙ୍କ ବିରୋଧରେ ଗତ ୮ ବର୍ଷ ଧରି ମିଥ୍ୟା ମାମଲା ଜାରି ରହିଛି। ମାମଲାରେ ଇଡି ତାଙ୍କୁ ଅନେକ ବାର ଡକାଇ ପଚରା ଉଚରା ମଧ୍ୟ କରିଥିଲେ। ମଝିରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଇଡି ଫୋନ କରିବା ବନ୍ଦ କରିଦେଇଥିଲେ। କାରଣ ମାମଲାର ତଦନ୍ତରେ ଇଡିଙ୍କୁ କିଛି ମିଳୁନଥିଲା। ଏବେ ମାମଲା ପୁଣି ଖୋଲିଛି, କାରଣ ସତ୍ୟେନ୍ଦ୍ର ଜୈନଙ୍କ ନିର୍ବାଚନ ଅଛି। ତାଙ୍କୁ ହିମାଚଳ ବିଧାନସଭା ନିର୍ବାଚନ ଲାଗି ପ୍ରଭାରୀ ନିଯୁକ୍ତ କରାଯାଇଛି।ଶିଷୋଦିଆ କହିଛନ୍ତି ଯେ ହିମାଚଳରେ ବିଜେପି ଶୋଚନୀୟ ଭାବେ ହାରୁଛି। ଏଣୁ ଆଜି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯାଇଛି। ଯେପରି ସେ ହିମାଚଳ ଯାଇ ନପାରିବେ। କିଛି ଦିନ ପରେ ତାଙ୍କୁ ଛାଡି ଦିଆଯିବ କାରଣ ମାମଲା ସମ୍ପୂର୍ଣ୍ଣ ମିଥ୍ୟା।  

   Related Posts