WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୂଆ ହେୟାର ଷ୍ଟାଇଲ୍‌ରେ ନଜର ଆସିଲେ ଧୋନି, ଫ୍ୟାନ୍ସ କହିଲେ- ଜଲଓ୍ୱା ହେ ଭାଇ କା…

3/10/2023 at 12:41 PM

ମୁମ୍ବାଇ ୦୩।୧୦ : ଥାଲାଙ୍କ ନୂଆ ଲୁକ୍‌ । ଷ୍ଟାଇଲିସ୍‌ ଲୁକ୍‌ରେ ନଜର ଆସିଲେ କ୍ୟାପେଟନ କୁଲ୍‌ । ଜବରଦସ୍ତ ହେୟାର ଷ୍ଟାଇଲ୍‌ ସହ ବ୍ଲାକ ସନ୍‌ଗ୍ଲାସ୍‌ରେ ମାହିଙ୍କ ଜଲ୍‌ଓ୍ୱା । ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି ମହେନ୍ଦ୍ର ସିଂହ ଧୋନିଙ୍କ ନୂଆ ହେୟାର ଷ୍ଟାଇଲ୍‌ ।

ଚାରିଆଡେ ଏବେ ଦିନିକିଆ ବିଶ୍ୱକପ୍‌ ପାଇଁ କ୍ରେଜ୍‌ । ଫ୍ୟାନ୍ସମାନେ ନିଜ ନିଜ ଫେବରିଟ୍‌ ଖେଳାଳିଙ୍କ ଦମଦାର ପ୍ରଦର୍ଶନକୁ ଅପେକ୍ଷା କରି ରହିଛନ୍ତି । ଆଉ ଦିନକ ପରେ ଆରମ୍ଭ ହେବ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ ୨୦୨୩ । ତେବେ ଚାରିଆଡେ ବିଶ୍ୱକପ୍‌ର କ୍ରେଜ୍‌ ଥିବା ବେଳେ ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନୂଆ ଲୁକ୍‌ ନେଇ ଚର୍ଚ୍ଚା ଜୋର ଧରିଛି । ଧୋନି ନୂଆ ହେୟାର ଷ୍ଟାଇଲ୍‌ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏକ ବ୍ଲାକ ସନ୍‌ଗ୍ଲାସ ପିନ୍ଧି ଥିବା ବେଳେ ଏକ କଳା ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି । ଯାହାକି ଧୋନିଙ୍କୁ କ୍ୟାମେରା ଆଗରେ ଖୁବ୍‌ ହ୍ୟାଣ୍ଡସମ୍‌ କରୁଛି ।

ତେବେ ଧୋନିଙ୍କ ଏହା ନୂଆ ଷ୍ଟାଇଲ କି କୌଣସି ବିଜ୍ଞାପନ ପାଇଁ ଏପରି ବେଶଭୂସା ତାହା ଏବେବି ଅସ୍ପଷ୍ଟ ରହିଛି । କିନ୍ତୁ ସୋସିଆଲ ମିଡିଆରେ ଧୋନିଙ୍କର ଏହି ଲୁକ୍‌ଟି ଖୁବ୍‌ ଭାଇରାଲ ହେବାର ଲାଗିଛି । କେହି କେହି ଭିନ୍‌ଟେଜ୍‌ ଧୋନି କହୁଛନ୍ତି ତ ଆଉ କିଏ ନିୟୁ ଲୁକ୍‌ ଥାଲା । ଏହାବ୍ୟତୀତ ଆଉ କିଏ ଲେଖିଛନ୍ତି କି ଭିନଟେଜ୍‌ ଲୁକ୍‌ ଅଫ ଥାଲା ଧୋନି ।

ସୂଚନାଯୋଗ୍ୟ ଯେ, ୨୦୦୭ ମସିହାରେ ଧୋନି ଭାରତୀୟ ଟିମ୍‌ର ଅଧିନାୟକ ଭାର ସମ୍ଭାଳିଥିଲେ । ଅଧିନାୟକ ଭାବେ ଧୋନି ପ୍ରଥମେ ୨୦୦୭ରେ ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିଥିଲେ । ଏହାପରେ ୨୦୧୧ରେ ଆଇସିସି ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ ଟ୍ରଫି ଜିତିଥିଲେ । ଦୀର୍ଘ ୨୮ ବର୍ଷ ପରେ ଭାରତୀୟ ଟିମ୍‌ ଦିନିକିଆ ବିଶ୍ୱକପ୍‌ ଟ୍ରଫି ଜିତିଥିଲା । ଆଉ ଶେଷରେ ୨୦୧୩ରେ ଆଇସିସି ଚମ୍ପିଆନ୍‌ସିପ୍‌ ଟ୍ରଫି ହାତେଇଥିଲେ । ଫାଇନାଲରେ ଇଂଲଣ୍ଡକୁ ହରାଇ ଭାରତୀୟ ଟିମ୍‌ ଚମ୍ପିଆନ୍‌ ହୋଇଥିଲା । ବିଶ୍ୱରେ ଧୋନି ହିଁ ଏକମାତ୍ର ଅଧିନାୟକ ଯିଏ, ଆଇସିସିର ତିନୋଟି ଟ୍ରଫି ହାତେଇଛନ୍ତି । ଆଉ କୌଣସି ଅଧିନାୟକ ଏପରି କରିବାରେ ସକ୍ଷମ ହୋଇନାହାନ୍ତି ।

   Related Posts