ଘରେ ସାନ ବୋହୂଙ୍କ ସ୍ୱାଗତ ଲାଗି ପାଟନା ପହଞ୍ଚିଲେ ରାବଡୀ ଦେବୀ, ଡିସେମ୍ବର ୧୩ରେ ପତ୍ନୀ ସହ ପହଞ୍ଚି ପାରନ୍ତି ତେଜସ୍ୱୀ, ପଡିବନି ସାଧୁ ଯାଦବଙ୍କ ବିରୋଧର ପ୍ରଭାବ

Published By : Prameya-News7 Bureau | December 12, 2021 IST

ପାଟନା ୧୨।୧୨:  ସାନବୋହୂର ସ୍ୱାଗତ ପ୍ରସ୍ତୁତି ଲାଗି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ ରବିବାର ପାଟନାରେ ଆସି ପହଞ୍ଚିଛନ୍ତି। ବିହାରୀ ଲୋକ ପରମ୍ପରାରେ ଝିଅ ଓ ବୋହୂଙ୍କ ପ୍ରବେଶ ଓ ବିଦାୟୀ ରବିବାର ହୁଏନି। ଏଣୁ ସାଙ୍ଗରେ ତେଜସ୍ୱୀ ଓ ତାଙ୍କ ନବବିବାହିତା ପତ୍ନୀ ଘରକୁ ଆସି ନାହାନ୍ତି। ପୁଅ ବୋହୂଙ୍କ ଗୃହ ପ୍ରବେଶ କେବେ ହେବ ସେ ନେଇ ରାବଡୀ ପରିବାର ଲୋକଙ୍କ ସହ ବିଚାରବିମର୍ଷ ଆରମ୍ଭ କରିଛନ୍ତି। ତେବେ ଏହି ବିବାହ ନେଇ ଆପତ୍ତି କରୁଥିବା ମାମୁଁ  ସାଧୁ ଯାଦବଙ୍କ ବିରୋଧ ନବବଧୂଙ୍କ ସ୍ୱାଗତକୁ ଫିକା କରିବନି ବୋଲି ପରିବାର ପକ୍ଷରୁ କୁହାଯାଇଛି।

ଏଥିରୁ ନୂଆ ବୋହୂ ଘରକୁ ଖରମାସ ପୂର୍ବରୁ ଆସିବା ଜରୁରି ବୋଲି ଜ୍ୟୋତିଷଙ୍କ କହିବା କାରଣରୁ ହୁଏତ ତେଜସ୍ୱୀ ତାଙ୍କ ନବ ବିବାହିତା ପତ୍ନୀଙ୍କ ସହ ସୋମବାର ଅର୍ଥାତ ଡିସେମ୍ବର ୧୩ ତାରିଖରେ ପାଟନା ଆସିପାରନ୍ତି ବୋଲି ଏବେ ଆକଳନ କରାଯାଉଛି। ରାବଡୀ ତାଙ୍କ ସାନ ବୋହୂକୁ ୧୦ ସର୍କୁଲାର ରୋଡରେ ସ୍ୱାଗତ କରିବେ ବୋଲି ଜଣାପଡିଛି। ଦିଲ୍ଲୀରେ ତେଜସ୍ୱୀଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହେବା ପରେ ପରେ ତେଜସ୍ୱୀ ଓ ତାଙ୍କ ନବ ବିବାହିତା ପତ୍ନୀଙ୍କୁ ପାଟନା ଆଣିବା ଲାଗି ପରିବାରରେ ମାନସ ମନ୍ଥନ ଆରମ୍ଭ ହୋଇଯାଇଥିଲା।

{"id":558543,"sizeSlug":"large","linkDestination":"none"}

ଡିସେମ୍ବର ୧୪ ତାରିଖରୁ ଖରମାସ ଆରମ୍ଭ ହେବାକୁ ଯାଉଛି। ଏଣୁ ଏହା ପୂର୍ବରୁ ନବ ବଧୂଙ୍କ ଗୃହପ୍ରବେଶ ହୋଇଯିବା ଦରକାର। ଏଥିଲାଗି ପ୍ରଥମେ ରବିବାର ଦିନ ସ୍ଥିର ହୋଇଥିଲା। ତେବେ ବାର ହେତୁ ରାବଡୀ ଏଥିରେ ସହମତ ହୋଇ ନଥିଲେ। ଏଣୁ ତେଜସ୍ୱୀ ଓ ତାଙ୍କ ପତ୍ନୀଙ୍କ ପାଟନା ଆଗମନ ଦିନଟିଏ ଟଳି ଯାଇଛି। ସେହିପରି ନୂଆ ବୋହୂର ଗୃହ ପ୍ରବେଶ ପରେ ଲାଲୁଙ୍କ ପରିବାର ରାଜଧାନୀରେ ବୋହୂ ଭୋଜ ଆୟୋଜନ ଲାଗି ମଧ୍ୟ ମନସ୍ତ କରିଛନ୍ତି। ଏହା ନୂଆ ବର୍ଷରେ କରିବେ ବୋଲି ପରିବାର ବିଚାର କରିଥିବା ବେଳେ ଏହା ଆଗାମୀ କରୋନା ପରିସ୍ଥିତିକୁ ନଜରରେ ରଖି ଧାର୍ଯ୍ୟ କରାଯିବ।

ଆରଜେଡି  ସୂତ୍ରରୁ ମିଳୁଥିବା ସୂଚନାରୁ ବୋହୂ ଭୋଜ ପାଟନାରେ ହିଁ ଅନୁଷ୍ଠିତ ହେବ। ଏଥିଲାଗି ତିଥି ଏତେବେଳକୁ ଧାର୍ଯ୍ୟ ହୋଇଯିବା କଥା, ହେଲେ ଗତ ୨ ଦିନ ହେଲା ରାଜଧାନୀ ପାଟନାରେ ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ଏ ବାବଦେ ନିଷ୍ପତ୍ତି ପରେ କରାଯିବ ବୋଲି କୁହାଯାଇଛି। ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ କନିଷ୍ଠ ପୁତ୍ର ତେଜସ୍ୱୀ ଯାଦବ ଗତ ଗୁରୁବାର ଦିଲ୍ଲୀ ସାକେତ ସ୍ଥିତ ସୈନିକ ଫାର୍ମରେ ବିବାହ କରିଥିଲେ।

{"id":558544,"sizeSlug":"large","linkDestination":"none"}

ସେ ହରିୟାଣାରେ ରହୁଥିବା ତାଙ୍କ ପୁରୁଣା ବାନ୍ଧବୀଙ୍କ ସହ ପରିଣୟ ସୂତ୍ରରେ ଆବଦ୍ଧ ହୋଇଛନ୍ତି। ଉଭୟ ଦିଲ୍ଲୀ ଆର.କେ.ପୁରମସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ପଢୁଥିଲେ। ତେବେ ସେମାନଙ୍କ ବିବାହ ପରେ ମାମୁଁ ସାଧୁ ଯାଦବ ବିହାରରେ ସୃଷ୍ଟି କରିଥିବା ପରିସ୍ଥିତିକୁ ନେଇ ପରିବାର ଅଚାନକ ଦ୍ୱନ୍ଦ୍ୱରେ ପଡି ଯାଇଥିଲେ। ସାଧୁଙ୍କ ବିରୋଧ ସତ୍ତ୍ୱେ ତୋଜସ୍ୱୀ ଆ ତାଙ୍କ ନବବିବାହିତା ପତ୍ନୀଙ୍କୁ ଘରକୁ ଆଣିବା ଲାଗି ରାବଡୀ ରବିବାର ପାଟନା ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.