oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ଭିକିଙ୍କ ଫିଲ୍ମରେ ନଜର ଆସିବେ ଏକ୍ସ ବୟଫ୍ରେଣ୍ଡ ରଣବୀର ! ସ୍ବାମୀଙ୍କ ଉପରେ ଖପ୍ପା ହେଲେ କ୍ୟାଟ୍ରିନା

27/07/2022 at 8:53 AM

ମୁମ୍ବାଇ ୨୭।୭ : ବିଟାଉନ୍‌ରେ ଏମିତି ଅନେକ ପପୁଲାର କପଲ ଅଛନ୍ତି। ଯିଏ ରିଲେସନ୍‌ସିପ୍‌ରେ ଆସିକି ବି ବିବାହ କରିପାରି ନଥିଲେ। ହେଲେ ଏମିତି କିଛି ବର୍ଷ ସମ୍ପର୍କରେ ରହିବା ପରେ, ସେମାନେ ଅଲଗା ହୋଇ ଯାଇଥିଲେ। ଏଥି ମଧ୍ୟରୁ କ୍ୟାଟ୍ରିନା କୈଫ୍‌ ଏବଂ ରଣବୀର କପୁରଙ୍କ ଯୋଡି ରହିଛି।

କିନ୍ତୁ ଆଜି କ୍ୟାଟ୍ରିନା ହେଉଛନ୍ତି ଭିକି କି ଦୁଲହନିଆ। ରଣବୀର କି ଦୁଲହନିଆ ହେଉଛନ୍ତି ଆଲିଆ । କ୍ୟାଟ୍ରିନା ଏବଂ ରଣବୀରଙ୍କ ବ୍ରେକଅପ୍ ପରଠାରୁ ଦୁହେଁ ପରସ୍ପରକୁ ପସନ୍ଦ କରନ୍ତିନି କି ମୁହଁକୁ ଚାହୁଁ ନାହାନ୍ତି। ବର୍ତ୍ତମାନ ଏହି ଘଟଣାରୁ ଏବେ ସ୍ପଷ୍ଟ ହୋଇ ଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା କୈଫ୍‌ ରଣବୀର କପୁରଙ୍କ ଉପରେ ଟିକେ ରାଗିଛନ୍ତି। ପ୍ରକୃତରେ, ରଣବୀର କପୁର ଭିକି କୌଶଲଙ୍କ ଫିଲ୍ମ ‘ଗୋବିନ୍ଦା ନାମ ମେରା’ରେ ଏକ କ୍ୟାମୋ ଭୂମିକାରେ ନଜର ଆସିବେ। କେବଳ ଏହି କାରଣରୁ, କ୍ୟାଟ୍ରିନା ରାଗି ଯାଇଛନ୍ତି।

ଫିଲ୍ମର ପ୍ରଡକ୍ସନ୍ କରଣ ଜୋହରଙ୍କ ଧର୍ମା ପ୍ରଡକସନ୍‌ ଦ୍ବାରା ପରିଚାଳିତ ହେଉଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଭିକିଙ୍କୁ ଦେଖିବାକୁ ମିଳିବ। ଭିକିଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଭୁମି ପେଡନେକର ଏବଂ କିଆରା ଆଡଭାନୀ ନଜର ଆସିବେ। ଏବଂ କ୍ୟାମୋ ଭୂମିକାରେ ରଣବୀର କପୁର। ଏହି ଫିଲ୍ମକୁ ନେଇ ପ୍ରଡକ୍ସନ୍ କୌଣସି ବିବୃତ୍ତି ଦେଇନାହିଁ । ଏପରିକି ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

କ୍ୟାଟ୍ରିନା ରାଗଛନ୍ତି ଭିକିଙ୍କ ଉପରେ

ଉଭୟ ଭିକି କୌଶଲ ଏବଂ ରଣବୀର କପୁର ଦ୍ୱିତୀୟ ଥର ପରଦାକୁ ସେୟାର କରିବେ। ଏହାପୂର୍ବରୁ ଉଭୟ ଫିଲ୍ମ ‘ସଞ୍ଜୁ’ରେ ଏକାଠି ନଜର ଆସିଥିଲେ। ଉଭୟଙ୍କ ବନ୍ଧୁତାର ଉଦାହରଣ ସମସ୍ତଙ୍କ ମୁହଁରେ ଥିଲା । ରିପୋର୍ଟରେ କୁହାଯାଇଛି ଯେ କ୍ୟାଟ୍ରିନା ଏବେ ଖୁସି ନାହାନ୍ତି । ମନଦୁଃଖରେ ଅଛନ୍ତି ବୋଲି କୁହାଯାଉଛି ।

   Related Posts