vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ନିଖୋଜ ସରୋଜ ପାଢୀ ରାମେଶ୍ୱରମରୁ ଠାବ, ପୁଅକୁ ଫୋନ କରି ସୂଚନା ଦେଲେ ପୂର୍ବତନ ବିଧାୟକ

17/05/2022 at 1:04 PM

ଭୁବନେଶ୍ୱର ୧୭/୦୫: ନିଖୋଜ ପୂର୍ବତନ ବିଧାୟକ ସରୋଜ ପାଢୀ ଠାବ । ରାମେଶ୍ୱରମରୁ ଠାବ ହେଲେ ପୂର୍ବତନ ଆସିକା ବିଧାୟକ । ପୁଅକୁ ଫୋନ ଯୋଗେ ସୂଚନା ଦେଇଛନ୍ତି ନିଜେ ପୂର୍ବତନ ବିଧାୟକ । ସେ ପ୍ରଥମେ ଗୋଆ ପରେ ସେଠାରୁ ରାମେଶ୍ୱରମ ଯାଇଥିଲେ । ଗତ ୧୨ ତାରିଖରୁ ନିଖୋଜ ହେବା ନେଇ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ପରିବାର ।

ସେ କେଉଁ କେଉଁ ସ୍ଥାନକୁ ଯାଇପାରନ୍ତି, ସେସବୁ ସ୍ଥାନରେ ଅନୁଧ୍ୟାନ କରିଥିଲା ପୋଲିସ । ଏମିତିକି ସମସ୍ତ ସମ୍ପର୍କୀୟଙ୍କୁ ଯୋଗଯୋଗ କରାଯାଇଥିଲା । ରାଜ୍ୟର ବିଭିନ୍ନ ଥାନାକୁ ସରୋଜଙ୍କ ଫଟୋ ଓ ତାଙ୍କର ତଥ୍ୟ ପଠାଯାଇଥିଲା ।

ସୂଚନା ଅନୁଯାୟୀ, ଗତ ୧୨ ତାରିଖରୁ ସରୋଜ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ଘରକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ଘର ଲୋକେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ କୌଣସି ସୁଫଳ ମିଳିନଥିଲା । ଶେଷରେ ପୁଅ ଥାନାରେ ଏତଲା ଦେଇଥିଲେ । ୨୦୦୪ରେ କଂଗ୍ରେସ ଟିକେଟରେ ଆସିକାରୁ ଜିତିଥିଲେ ସରୋଜ ।

   Related Posts