‘ଦେଶସେବା ହିଁ ଏକ ମାତ୍ର ଲକ୍ଷ୍ୟ’, ପୋଲିସକୁ ଲକଡାଉନରେ ସାହାଯ୍ୟ କରୁଛନ୍ତି ଅବସରପ୍ରାପ୍ତ ସୈନିକ

Published By : Prameya-News7 Bureau | April 09, 2020 IST

ବିଳାସପୁର, ୦୯|୦୪:  ଛତିଶଗଡ ସମେତ ସାରା ଦେଶ କରୋନା ସଙ୍କଟ ଦେଇ ଗତି କରୁଛି । ଦେଶକୁ ମଧ୍ୟ ଏପ୍ରିଲ ୧୪ ଯାଏଁ ଲକଡାଉନ ଘୋଷଣା କରାଯାଇଛି । ପୋଲିସ ଲଗାତାର ଭାବେ ବିଭିନ୍ନ ଛକ, ମୁଖ୍ୟ ରାସ୍ତା, ଗ୍ରାମର ଅନେକ ରାସ୍ତା ଉପରେ କଡା ନଜର ରଖିଛି ।କେହି ଯେପରି ଘରୁ ନ ବାହାରିବେ ସେନେଇ ମଧ୍ୟ ପଦକ୍ଷେପ ନିଆଯାଉଛି । ବିଳାସପୁରରେ ପୋଲିସ କର୍ମୀଙ୍କୁ କିଛି ଅବସର ଗ୍ରହଣ କରିଥିବା ସୈନିକ ସହାୟତାର ହାତ ବଢାଇଛନ୍ତି । ସେମାନେ ରାସ୍ତାକୁ ଓହ୍ଲାଇ ମୋର୍ଚ୍ଚା ସମ୍ଭାଳୁଛନ୍ତି ।

ପୂର୍ବତନ ସୈନିକ ମହେନ୍ଦ୍ର ପ୍ରତାପ ସିଂ ରାଣାଙ୍କ କହିବାନୁସାରେ, କରୋନା ଲଢେଇ ସୀମାରେ ଦେଶକୁ ରକ୍ଷା କରିବା ପାଇଁ ହେଉଥିବା ଯୁଦ୍ଧଠୁ କମ ନୁହେଁ । ଏହାକୁ ପୋଲିସ କର୍ମୀ ମୁକାବିଲା କରୁଛନ୍ତି । ସେମାନଙ୍କୁ ଦେଖି ସାହାଯ୍ୟ କରିବା ପାଇଁ ମନୋବୃତ୍ତି ଆସୁଛି । ତେଣୁ ବିଳାସପୁରରେ ୧୧୫ଜଣ ଅବସରପ୍ରାପ୍ତ ସୈନ୍ୟ ଅଧିକାରୀ ସୈନିକ ଭଲି ସାମାଜିକ କାର୍ଯ୍ୟ କରୁଛନ୍ତି । ପୋଲିସର ସମର୍ପଣ ଭାବ ଦେଖି ସେମାନଙ୍କ ରକ୍ତ ମଧ୍ୟ ଗରମ ହୋଇଥିଲା । ଏହାପରେ ସେମାନେ ଡ୍ୟୁଟି କରିବାକୁ ନିଷ୍ପତ୍ତି ନେଇଥିଲେ ।

ରାଣା କହିଛନ୍ତି ଯେ, ସେ ଆଇଜିଙ୍କ ସହ ସାକ୍ଷାତ କରି ଅନ୍ ଡ୍ୟୁଟି ପାସ୍ ପ୍ରସ୍ତୁତ କରିଛନ୍ତି । ସାଧାରଣ ଲୋକଙ୍କୁ ମଧ୍ୟ ସହଯୋଗ କରୁଛନ୍ତି । ଏହି ସେବାଭାବ ଦେଖିବା ପରେ ଲୋକମାନେ ସୈନିକଙ୍କୁ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.