oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଆସନ୍ତା ପଞ୍ଚାୟତ ନିର୍ବାଚନରେ ଇଭିଏମରେ ହେବ ଭୋଟିଂ, ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ନିର୍ବାଚନ କମିଶନ

21/02/2022 at 8:35 PM

ଭୁବନେଶ୍ଵର ୨୧।୦୨:  ଭୋଟ୍ ଗ୍ରହଣ  ବିଭ୍ରାଟ ଏଡାଇବା ସହ ସ୍ବଚ୍ଛ, ନିରପେକ୍ଷ ଏବଂ ସମୟ ସାପେକ୍ଷ ଭୋଟ୍ ଗଣତି  କରିବା ପାଇଁ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବ୍ୟବହାର ହେବ ଇଭିଏମ । ଏନେଇ ରାଜ୍ୟ ନିର୍ବାଚନ କମିଶନ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବଜେଟରେ ବ୍ୟବସ୍ଥା କରିବାକୁ ଚିଠି ଲେଖିବା ସହ ୧୬୦ ଟି ମଲଟି ପୋଷ୍ଟ ଇଭିଏମ କିଣି ରଖିଛନ୍ତି।  ଏପଟେ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ବିଭ୍ରାଟ ଦେଖି ଇଭିଏମରେ ଭୋଟ ଗ୍ରହଣ କରିବାକୁ ଦାବି କଲେଣି ଅନେକ।

ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏମିତି ଆଉ ଘଟିବ ନାହିଁ । ବାକ୍ସ ନେଇ କେହି ପଳେଇବେନି, କି ବାଲଟ ଚିରିବେନି, କିମ୍ବା ନଦୀ ନାଳ ପୋଖରୀରେ ପକାଇବେନି।   କାରଣ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବ୍ୟବହାର ହେବ ଇଭିଏମ।  ଇଭିଏମ ମାଧ୍ୟମରେ ଭୋଟ ଗ୍ରହଣ କରିବା ପାଇଁ  ଯୋଜନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏଥିପାଇଁ ବଜେଟରେ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ପଞ୍ଚାୟତ ନିର୍ବାଚନରେ ଚାରୋଟି ପଦବୀ ପାଇଁ ଭୋଟ ଗ୍ରହଣ ହେଉଥିବାରୁ ମଲ୍ଟି ପୋଷ୍ଟ ଇଭିଏମ ଗୋଟିଏ ନଚେତ ସିଙ୍ଗଲ ପୋଷ୍ଟ ଇଭିଏମ ୪ଟିର ଆବଶ୍ୟକତା ପଡିବ । ଗୋଟିଏ ଇଭିଏମର ମୂଲ୍ୟ ୨୦ ହଜାର ଟଙ୍କା  ହିସାବ ରହିଛି। ପଞ୍ଚାୟତ ନିର୍ବାଚନରେ  ୯୨  ହଜାର ବୁଥରେ ଭୋଟ ଗ୍ରହଣ ହେଲେ ।  ପ୍ରତି ବୁଥରେ ଇଭିଏମ ବ୍ୟବସ୍ଥା ପାଇଁ ମୋଟା ଅଙ୍କର ଅର୍ଥ ଆବଶ୍ୟକତା ପଡ଼ିବ । ଏବେ ବି ରାଜ୍ୟ ନିର୍ବାଚନ କମିଶନ ୧୬୦ଟି  ମଲଟି ପୋଷ୍ଟ ଇଭିଏମ କିଣିକି ରଖିଛନ୍ତି। ସେପଟ ଇଭିଏମକୁ ସୁରକ୍ଷିତ ରଖିବା ପ୍ରତି ଜିଲ୍ଲାରେ storage ରୁମ ସହ ଇଭିଏମ ଟ୍ରାକିଂ ସଫ୍ଟଓୟାରର ଆବଶ୍ୟକତା ରହିଛି । କିନ୍ତୁ ବାଲାଟ ପେପରରେ ପଞ୍ଚାୟତ ନିର୍ବାଚନ ହେଲେ ପ୍ରାୟ ୩ରୁ ୪ କୋଟି ପ୍ରତି ୫ ବର୍ଷକୁ ଥରେ ଖର୍ଚ୍ଚ ହେଉଛି।

ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାର ମଲଟି ପୋଷ୍ଟ ଇଭିଏମରେ ପଞ୍ଚାୟତ ନିର୍ବାଚନ କରିଥିବା ବେଳେ ବିହାର ସରକାର ନିକଟରେ single post EVM ବ୍ୟବହାର କରି ନିର୍ବାଚନ କରାଇଛନ୍ତି।  ରାଜ୍ୟରେ ଇଭିଏଭ ଜରିଆରେ ଭୋଟ ଗ୍ରହଣ କରିବାକୁ  ଦାବି କରିଛନ୍ତି ବଭିନ୍ନ ରାଜନୈତିକ ଦଳ।  ବାଲଟ ପେପର ତ୍ରୁଟି ପାଇଁ  କେତେବେଳ  ଭୋଟ ବିଭ୍ରାଟ ହେଉଛି। ଆଉ କେତେବେଳେ  ଗାଁ ଗହଳି ଲୋକେ ଭୋଟ ଠିକ ସେ ଦେଇ ନପରିବାରୁ ନାକଚ ହେଉଛି। ୪ଟି ପଦବୀ ପାଇଁ  ଭୋଟ ଗ୍ରହଣ ହେଉଥିବରୁ ଅଧିକ ସମୟ ଲାଗୁଛି। ଭୋଟ ଦାନ ସମୟ କମ ରହୁଛି। ଯେଉଁଥିପାଇଁ ଅନେକ ଲୋକ ଭୋଟ ଦେବାରୁ ବଞ୍ଚିତ ହେଉଛନ୍ତି। ଆଉ ଗଣନା  ପାଇଁ ବହୁତ ସମୟ ବି ଲାଗୁଛି।  ସେଥିପାଇଁ ରାଜନୈତିକ ଦଳଗୁଡ଼ିକ ଦାବି କରୁଛନ୍ତି ଇଭିଏମରେ ଭୋଟ ଗ୍ରହଣ ନିର୍ଭୁଲ ନିରପେକ୍ଷ ଏବଂସମୟ ସାପେକ୍ଷ ହେବ ବୋଲି ଯୁକ୍ତି ବାଢ଼ିଛନ୍ତି।

ଇଭିଏମ ମାଧ୍ୟମରେ ଭୋଟ ଗ୍ରହଣ ହେଲେ ଶହେରୁ ଦୁଇ ଶହ କୋଟି ଆବଶ୍ୟକ ହେବ। କିନ୍ତୁ ଇଭିଏମ ପାଇଁ ମାତ୍ର ଗୋଟିଏ ଥରେ ପୁଞ୍ଜି ବିନିଯୋଗ ହେବ। ଏବେ ପଞ୍ଚାୟତ ନିର୍ବାଚନ ବାଲଟ ପେପର ହେଉଛି। ଯେଉଥିପାଇଁ ରାଜ୍ୟ ସରକାର ପ୍ରତି ପାଞ୍ଚ ବର୍ଷରେ ଥରେ ୩ରୁ ୪ କୋଟି ଟଙ୍କା ବାଲଟ ପେପର ପାଇଁ ଖର୍ଚ୍ଚ କରୁଛନ୍ତି।

   Related Posts