ପୌର ନିର୍ବାଚନ ପ୍ରସ୍ତୁତି : ଜିଲ୍ଲାକୁ ପଠାଗଲା ଇଭିଏମ୍

Published By : Prameya-News7 Bureau | December 16, 2021 IST

ଭୁବନେଶ୍ବର ୧୬।୧୨: ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ଗଜପତିକୁ ଗଲା ଇଭିଏମ୍ । ଆଜି ସୁଦ୍ଧା ମୋଟ୍ ୩ ହଜାର ୨୫ ଇଭିଏମ୍ ପଠାଯିବ । ଜାନୁଆରୀ ଶେଷ ସୁଦ୍ଧା ସବୁ ଜିଲ୍ଲାକୁ ୮ ହଜାରରୁ ଅଧିକ ଇଭିଏମ୍ ପଠାଯିବ । ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ସୁରକ୍ଷାର ସହିତ ଇଭିଏମ୍ ଗ୍ରହଣ କରୁଛନ୍ତି ।

ରାଜ୍ୟର ୧୦୫ଟି ପୌରାଞ୍ଚଳ ସହିତ ୩ ମହାନଗର ନିଗମରେ ହେବ ମତଦାନ । କଟକ, ଭୁବନେଶ୍ବର, ବ୍ରହ୍ମପୁରର ମହାନଗର ନିଗମରେ ହେବ ନିର୍ବାଚନ ।  ପାଖାପାଖି ୪୭ଲକ୍ଷ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ପଞ୍ଚାୟତ ନିର୍ବାଚନ ପରେ ପରେ ହେବ ପୌର ନିର୍ବାଚନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.