ପିପିଲି ଉପନିର୍ବାଚନ : ଅନେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି, ଆରମ୍ଭ ହୋଇନି ମତଦାନ

Published By : Prameya-News7 Bureau | September 30, 2021 IST

ପିପିଲି ୩୦।୦୯: ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ବିଭିନ୍ନ ବୁଥକୁ ଆସି ମତଦାନ କରୁଛନ୍ତି ଭୋଟର । ତେବେ ଅନେକ ବୁଥରେ ଇଭିଏମ୍ ମେସିନ୍ ସମସ୍ୟା ଯୋଗୁ ମତଦାନ ଆରମ୍ଭ ହୋଇପାରିନାହିଁ ।

ଖବର ଅନୁଯାୟୀ, ପିପିଲି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କଣ୍ଟି ପଞ୍ଚାୟତ ୧୩୯- A ନଂ ବୁଥରେ ଇଭିଏମ୍ ଅଚଳ ଯୋଗୁ ମତଦାନ ଆରମ୍ଭ ହୋଇନାହିଁ। ମକପୋଲ ପରେ ମେସିନରେ ତ୍ରୁଟି ଦେଖାଦେଇଛି । ଯାହାଫଳରେ ଭୋଟ ଦେବାକୁ ଆସିଥିବା ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଟେକନିକାଲ ଟିମ୍ ପହଞ୍ଚି ତ୍ରୁଟି ସୁଧାର କରିବାକୁ ଚେଷ୍ଟା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.