ଜବରଦଖଲ ଉଚ୍ଛେଦକୁ ବିରୋଧ, ଜେସିବି ଆଗରେ ଶହ ଶହ ମହିଳା ଓ ପୁରୁଷଙ୍କ ଧାରଣା
31/07/2023 at 10:39 AM

ବରଗଡ଼ ୩୧।୦୭ : ଜବରଦଖଲ ଉଚ୍ଛେଦକୁ ବିରୋଧ । ବରଗଡ଼ ପୁରୁଣା ଜୀରା ନଦୀ ବ୍ରିଜ୍ରୁ ଲେଙ୍ଗୁ ମିଶ୍ର ଛକ ପର୍ଯ୍ୟନ୍ତ ଥିବା ଜବରଦଖଲ ଉଚ୍ଛେଦକୁ ବିରୋଧ କରିଛନ୍ତି ସ୍ଥାନୀୟଲୋକେ । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି ।

ଖବର ଅନୁଯାୟୀ, ବରଗଡ଼ ପୁରୁଣା ଜୀରା ନଦୀ ବ୍ରିଜ୍ରୁ ଲେଙ୍ଗୁ ମିଶ୍ର ଛକ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ପାଇଁ ୪୮ ଘଣ୍ଟା ସମୟ ଦିଆଯାଇଥିଲା । ୪୮ ଘଣ୍ଟା ପୁରିବା ପରେ ବି ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ଦେସିବି ସମ୍ମୁଖରେ ଅନେକ ମହିଳା ଓ ପୁରୁଷ ଧାରଣା ଦେଇଛନ୍ତି ।

ତେବେ ଦୀର୍ଘ ବର୍ଷ ଧରି ଜବରଦଖଲ କରିଆସୁଥିଲେ କିଛି ବ୍ୟବସାୟୀ । ଏହାପୂର୍ବରୁ ଡାକବାଜି ଯନ୍ତ୍ର ସହାୟତାରେ ଉଚ୍ଛେଦ ପାଇଁ ଘୋଷଣା କରାଯାଇଥିଲା । କିନ୍ତୁ କେହି ଶୁଣିନଥିଲେ । ଶେଷରେ ଉଚ୍ଛେଦ ପାଇଁ ଆସିଥିବା ଜେସିବି ଆଗରେ ଧାରଣାରେ ବସିଛନ୍ତି ଶହ ଶହ ମହିଳା ଓ ପୁରୁଷ ।