oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

SCB ମେଡିକାଲ ସଂପ୍ରସାରଣ ପାଇଁ ଉଚ୍ଛେଦ ଜାରି, ଭାଙ୍ଗିଲା ଏକାଧିକ ମନ୍ଦିର

12/03/2021 at 2:49 PM

କଟକ ୧୨।୦୩ : କଟକ ଏସ୍ ସି ବି ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ବୁଲିଲା ବୁଲଡୋଜର । ଏସ୍ ସି ଵି ମେଡିକାଲ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଆଜି ତାଳଦଣ୍ଡା କେନାଲର ଵାମ ପାଖରୁ ଉଚ୍ଛେଦ ଆରମ୍ଭ ହୋଇଛି। ଏସ୍ ସି ଵି ମେଡିକାଲକୁ ଛଅ ଥାକିଆ ସଂଯୋଗକାରୀ ରାସ୍ତା ତିଆରି ପାଇଁ ଏହି ଉଚ୍ଛେଦ କରାଯାଉଛି। ଆଜି କେଵଳ ଧର୍ମାନୁଷ୍ଠାନ ଗୁଡିକୁ ଉଚ୍ଛେଦ କରାଯାଇଛି।

ତାଳଦଣ୍ଡା କେନାଲ ବାମ ପଟେ ଥିବା ଏକାଧିକ ମନ୍ଦିର ଉଛେଦ କରାଯାଇଛି । ପିଲଗ୍ରୀମ ରୋଡରେ ଥିବା ହୁଙ୍କେଶ୍ବର ମନ୍ଦିର, ନବଗ୍ରହ ମନ୍ଦିର ଓ ଆଖଣ୍ଡଳମଣି ମନ୍ଦିରକୁ ଉଚ୍ଛେଦ କରିଛି ପ୍ରଶାସନ । ମନ୍ଦିର ଉଚ୍ଛେଦ ପାଇଁ ଯିବା ପରେ ପ୍ରଶାସନକୁ ବିରୋଧର ସାମ୍ନା କରିବାକୁ ପଡିଥିଲା । ମନ୍ଦିର ନଭାଙ୍ଗିବା ପାଇଁ ବସ୍ତିବାସିନ୍ଦା ଗୁହାରୀ କରିଥିଲେ । ଵସ୍ତି ଯେଉଁଠି ଥଇଥାନ ହେଵ,ମନ୍ଦିର କୁ ପ୍ରଶାସନ ସେହିଠାରେ ହିଁ ପୁନଃ ସ୍ଥାପିତ କରିବା ଦାଵିରେ ଅଡି ଵସିଥିଲେ ଵସ୍ତି ଵାସିନ୍ଦା।

ତେବେ ମନ୍ଦିର ପୁନଃ ପ୍ରତିଷ୍ଠା ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ମନ୍ଦିର ଉଚ୍ଛେଦ ହୋଇଛି । କ୍ଷତିପୂରଣ ମିଳିବା ପରେ ପିଲଗ୍ରୀମ ରୋଡରେ ଥିବା ଵ୍ୟଵସାୟିକ ପ୍ରତିଷ୍ଠାନ ଓ ଵସ୍ତି ଉଚ୍ଛେଦ କରାଯିଵ। ଛତ୍ରଵଜାରରେ ଥିବା ଜନସ୍ବାସ୍ଥ୍ୟ ଵିଭାଗ ଅଫିସ ପଛପଟେ ଵ୍ୟଵସାୟିକ ପ୍ରତିଷ୍ଠାନ ଗୁଡିକୁ ଥଇଥାନ କରାଯିଵ ଵୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

   Related Posts