ବିନିକା ବସ୍ଷ୍ଟାଣ୍ଡରୁ ଜବରଦଖଲ ଉଚ୍ଛେଦ, ନିର୍ମାଣାଧୀନ ସ୍ମାର୍ଟ ବସ୍ଷ୍ଟାଣ୍ଡକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
21/08/2023 at 4:25 PM

ବିନିକା ୨୧।୮: ବିନିକା ବସଷ୍ଟାଣ୍ଡରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ କାର୍ଯ୍ୟକ୍ରମ ଥିବାରୁ ଜବରଦଖଲ ଉଚ୍ଛେଦ କରାଯାଉଛି ।

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ନିର୍ମାଣାଧୀନ ସ୍ମାର୍ଟ ବସଷ୍ଟାଣ୍ଡକୁ ଆସନ୍ତା ଅଗଷ୍ଟ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ବସଷ୍ଟାଣ୍ଡ ଠାରେ ଜବରଦଖଲ କରିଥିବା ଦୋକାନ ଗୃହ ଗୁଡ଼ିକୁ ପ୍ରଶାସନ ତରଫରୁ ଜେସିବି ମେସିନ ଦ୍ବାରା ଉଚ୍ଛେଦ କରାଯାଉଛି ।

ଏହି ଅବସରରେ ମାଜିଷ୍ଟ୍ରେଟ ଭାବରେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ବିନିକା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ପୋଲିସ ଫୋର୍ସ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଜବରଦଖଲକାରୀଙ୍କୁ ପୂର୍ବରୁ ପ୍ରଶାସନ ତରଫରୁ ଡେଙ୍ଗୁରା ଓ ନୋଟିସ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଜବରଦଖଲକାରୀ ତାଙ୍କ ସାମଗ୍ରୀ ନେଇ ଯାଇଥିବା ବେଳେ ଦୋକାନ ଘର ଗୁଡ଼ିକ ସେହି ସ୍ଥାନରେ ରହିଥିଲା । ଫଳରେ ଅବଧି ସମୟ ସମ୍ପୂର୍ଣ୍ଣ ହେବା ପରେ ସୋମବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି ।
You Can Read :