Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାସ୍ତା ପ୍ରଶସ୍ତିକରଣ ପାଇଁ ଉଚ୍ଛେଦ ହେଲା ଜବର ଦଖଲ, ଶାନ୍ତି ଶୃଙ୍ଖଳା ବଜାୟ ପାଇଁ ଗୋଟିଏ ପ୍ଲାଟୁନ ପୋଲିସ୍‌ ଫୋର୍ସ ମୁତୟନ

8/09/2023 at 8:53 PM

ସୁବର୍ଣ୍ଣପୁର: ଡୁଙ୍ଗୁରିପାଳି ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାସ୍ତାର ପ୍ରଶସ୍ତିକରଣ ପାଇଁ ଗୁରୁବାରଠାରୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ପ୍ରଶାସନର ସମସ୍ତ ପ୍ରସ୍ତୁତି ଏହି ଜବର ଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା। ଜବର ଦଖଲ ପୂର୍ବରୁ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ବାରା ଏନଏସି ପ୍ରଶାସନ ତରଫରୁ ଅବଗତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ନିମ୍ନମାନର ରାସ୍ତା କାମ ପାଇଁ ରାସ୍ତାରୋକ୍, ଗାଡି ମଟର ଚଳାଚଳ ବାଧାପ୍ରାପ୍ତ

ଏହା ପୂର୍ବରୁ ଵିନିକା ସହର ଠାରେ ରାସ୍ତା ଉପରକୁ ଆସିଥିବା ଦୋକାନ, ଘର ଆଦିକୁ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଶେଷ ହୋଇଥିଲା। ଆଉ ଗୁରୁବାର ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏନଏସି କର୍ମଚାରୀ, ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ଉପସ୍ଥିତ ରହିଥିଲେ। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଗୋଟିଏ ପ୍ଲାଟୁନ ପୋଲିସ୍‌ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।

   Related Posts