ରାସ୍ତା ପ୍ରଶସ୍ତିକରଣ ଓ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ନେଇ ଜବରଦଖଲ ଉଚ୍ଛେଦ ଆରମ୍ଭ
26/11/2019 at 12:42 PM

ବଡବିଲ ୨୬।୧୧: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼।ଓ ବାଂଶପାଣିରେ ପ୍ରଶାସନ ପକ୍ଷରୁ ରାସ୍ତାକଡ଼ରୁ ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରିଯାଇଛି ।

ସୂଚନାଯୋଗ୍ୟ ଯେ, ଯୋଡ଼।- କାଳିମାଟି ବିଜୁ ଏକ୍ସପ୍ରେସ୍ ହାଇଓ୍ବେ ରାସ୍ତାକୁ ପ୍ରଶସ୍ତ କରି ଚାରି ଥାକିଆ ରାସ୍ତା ଓ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ବାଂଶପାଣି ଓ କମାରଯୋଡ଼ା ନିକଟରେ ଜବରଦଖଲ କରାଯାଇଥିବା ୧୦ଟି ଘରକୁ ଆଜି ପ୍ରଶାସନ ତରଫରୁ ଭାଙ୍ଗିଦିଆଯାଇଛି । ଉଚ୍ଛେଦ ସମୟରେ ପୂର୍ତ୍ତ ବିଭାଗ ଓ ବିଦ୍ୟୁତ ବିଭାଗର ଅଧତ୍କାରୀମାନେ ଉପସ୍ଥିତ ରହିଛନ୍ତି । ଆଗକୁ ଏହିଭଳି ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ପ୍ରଶାସନପକ୍ଷରୁ ସୂଚନା ଦିଆଯାଇଛି ।