ସ୍ୱଳ୍ପାବଧି ଉତ୍ସବ, କଡାକଡି ସୋସିଆଲ ଡିଷ୍ଟାନସିଂ, ଛିଡାହେବେନି ଦର୍ଶକ, ଜାଣନ୍ତୁ କିପରି ପାଳିତ ହେବ ଦିଲ୍ଲୀ ୨୦୨୧ ସାଧାରଣତନ୍ତ୍ର ଦିବସ ପରେଡ

Published By : Prameya-News7 Bureau | January 08, 2021 IST

ନୂଆଦିଲ୍ଲୀ ୮।୧:  ଦେଶରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଲାଗି ନୀତି ନିର୍ଦ୍ଧାରିତ ହୋଇଛି। କୋଭିଡ-୧୯ ମହାମାରୀ ଲାଗି କଟକଣା ମଧ୍ୟରେ ରାଜଧାନୀ ଦିଲ୍ଲୀରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଣୁ ପୂର୍ବ ବର୍ଷମାନଙ୍କ ଭଳି ଚଳିତବର୍ଷ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ଏଥିପାଇଁ କାର୍ଯ୍ୟକ୍ରମରେ ଅନେକ କାଟ୍‌ଛାଣ୍ଟ ହୋଇଛି।

{"id":389134,"width":578,"height":405,"sizeSlug":"large","linkDestination":"none"}

ଏଥିର ଜନରାଜ୍ୟ ଦିବସ ସମାରୋହ ସ୍ୱଳ୍ପାବଧିର ହେବ। ସାମ୍ୟକ ସାଂସ୍କୃତି କାର୍ଯ୍ୟକ୍ରମ ଓ ଅଳ୍ପ ପରେଡ ଦଳଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଥିବା ଜଣାପଡିଛି। ତେବେ ଗତବର୍ଷ ଯେଉଁପରି ଉତ୍ସବ ଅନୁଷ୍ଠିତ ହୋଇଥିଲା ଚଳିତବର୍ଷ ମଧ୍ୟ ଠିକ୍ ସେହିପରି ଆୟୋଜନ ହେବ। ହେଲେ ପ୍ରତ୍ୟେକ କ୍ଷେତ୍ରରେ ସାମାଜିକ ଦୂରତ୍ୱକୁ ପ୍ରାଧାନ୍ୟ ଦିଆଯିବ।

{"id":389136,"sizeSlug":"large","linkDestination":"none"}

ଗତବର୍ଷ ସାଧାରଣତନ୍ତ୍ର ଦିବ ପରେଡରେ ଦେଢଲକ୍ଷ ଲୋକଙ୍କ ବସିବା ଲାଗି ଆୟୋଜନ ହୋଇଥିଲା। ତେବେ ଚଳିତବର୍ଷ ଏହା୨୫ ହଜାରକୁ ହ୍ରାସକରାଯାଇଛି। କାର୍ଯ୍ୟକ୍ରମ ସ୍ଥଳରେ ଛିଡା ହୋଇ ଦେଖିବା ଲାଗି ଏଥର କାହାରିକୁ ଅନୁମତି ମିଳିବ ନାହିଁ। ସେହିପରି ଏଥର ସାଧାରଣତନ୍ତ୍ର ଦିବସ ପରେଡରେ ମୋଟ ୨୬ଟି ପ୍ରଜ୍ଞାପନ ମେଢକୁ ଅନୁମତି ମିଳିଛି।

{"id":389139,"sizeSlug":"large","linkDestination":"none"}

କେନ୍ଦ୍ର ମନ୍ତ୍ରାଳୟ ଓ ବିଭାଗଙ୍କ ୯ଟି ଏବଂ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶଙ୍କ ୧୭ଟି ପ୍ରଜ୍ଞାପନ ମେଢ ପରେଡରେ ଅଂଶଗ୍ରହଣ କରିବ। ଏଥିର ସାଧାରଣତନ୍ତ୍ର ଦିବସେର ସଂସ୍କୃତି ବିଭାଗର ‘ସ୍ୱାଧୀନରତା ୭୫ ବର୍ଷ’  ଓ  ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟଙ୍କ ‘ନ୍ୟୁ ଇଣ୍ଡିଆ’ ପ୍ରଜ୍ଞାପନ ମେଢ ଆକର୍ଷଣର କେନ୍ଦ୍ର ହେବେ। ଏଥିପାଇଁ ଉଭୟ ମନ୍ତ୍ରାଳୟ ସ୍ୱତନ୍ତ୍ର ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.