ସାଂସଦଙ୍କ ଆଖିରେ ଲୁହ: ବଖାଣିଲେ କାବୁଲର ଦୁଃଖ, କହିଲେ ଆମର ସବୁ ଲୁଟିନେଲେ ତାଲିବାନୀ

Published By : Prameya-News7 Bureau | August 22, 2021 IST

ନୂଆଦିଲ୍ଲୀ ୨୨/୦୮: ତାଲିବାନୀଙ୍କ କବଳରୁ ଲୋକଙ୍କୁ ରକ୍ଷା କରିବାକୁ ଭାରତୀୟ ବାୟୁସେନା ତାର ଉଦ୍ୟମ ଜାରି ରଖିଛି । ଏହାସହ ଆଫଗାନିସ୍ତାନର ଲୋକଙ୍କୁ ବି ଶରଣ ଦେଉଛି ଭାରତ । ଏଥିପାଇଁ ରବିବାର ଭାରତୀୟ ବାୟୁସେନାର ସି-୧୭ ବିମାନ କାବୁଲରୁ ଗାଜିଆବାଦର ହିଣ୍ଡନ ଏୟାରବେସରେ ଅବତରଣ କରିଛି । ବିମାନରେ ଆସିଥିବା ୧୬୮ ଜଣ ଲୋକଙ୍କ ମଧ୍ୟରୁ ୧୦୭ ଭାରତୀୟ ନାଗରିକ ଅଛନ୍ତି । ଯେଉଁମାନଙ୍କୁ ଉଦ୍ଧାର କରାଯାଇଛି । ତେବେ ଏମାନଙ୍କ ମଧ୍ୟରେ ଆଫଗାନିସ୍ତାନର ଜଣେ ଶିଖ୍ ସାଂସଦଙ୍କ ମଧ୍ୟ ଅଛନ୍ତି ।

wp:html /wp:html

ଆଫଗାନିସ୍ତାନରୁ ସୁରକ୍ଷିତ ଭାରତ ପହଞ୍ଚିବା ପରେ ଆଫଗାନ ଶିଖ୍ ସାଂସଦ ନରେନ୍ଦ୍ର ସିଂହ ଖାଲସା ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ସାଂସଦ ଆଫଗାନିସ୍ତାନରେ ବର୍ତ୍ତମାନ ପରିସ୍ଥିତି କଥା ବଖାଣିବା ସମୟରେ ନିଜର ଭାବନାକୁ ରୋକିପାରିନଥିଲେ । ସେ କହିଛନ୍ତି, ଗତ ୨୦ ବର୍ଷ ଧରି ଯାହା ହୋଇଥିଲା, ତାହା ସବୁ ଶେଷ ହୋଇଯାଇଛି । ଏବେ ସବୁକିଛି ଶୂନ। ସେ ଆହୁରି କହିଛନ୍ତି, ଯେଉଁ ଆଫଗାନିସ୍ତାନରେ ଆମେ ପିଢି ଧରି ରହିଆସୁଥିଲୁ, କେବେବି ଏଭଳି ପରିସ୍ଥିତି ଦେଖିନଥିଲୁ । କହିବାକୁ ଗଲେ ଏବେ ସେଠାରେ ସବୁକିଛି ଶେଷ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.