କରୋନା ଟିକା ପ୍ରସ୍ତୁତିରେ ଭାରତ ଆଗରେ, ୨୦୨୨ ଶେଷ ବେଳକୁ ସମସ୍ତଙ୍କୁ ଦିଆଯିବ ଟିକା

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୧।୧୨: କୋଭିଡ୍ ୧୯ ସହ ଲଢେଇ ବେଳେ କରୋନାବିରୋଧୀ ଟିକା ଉପରେ ସମସ୍ତଙ୍କ ନଜର ରହିଛି । ଟିକା ଉତ୍ପାଦନ, ତାର ପ୍ରଭାବ ଏବଂ ବିତରଣ ରାସ୍ତାରେ ଏବେବି ଅନେକ ଚ୍ୟାଲେଞ୍ଜ ରହିଛି । ମାତ୍ର ୨୦୨୨ ଶେଷ ସୁଦ୍ଧା ଭାରତର ପ୍ରତ୍ୟେକ ଜନସାଧାରଣକୁ ଟିକାକରଣ ନେଇ ଆଶା ରହିଛି ।

ପ୍ରସିଦ୍ଧ ଭାରତୀୟ ବୈଜ୍ଞାନିକ ତଥା କୋଏଲିସନ ଫର୍ ଏପିଡେମିକ୍ ପ୍ରିପେୟର୍ଡନେସ୍ ଇନୋଭେସନ (ସିଇପିଆଇ)ର ଉପାଧ୍ୟକ୍ଷ ଏବଂ ତାମିଲନାଡୁର ଭେଲୋର ସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜ (ସିଏମସି) ପ୍ରଫେସର ଡ. ଗଗନଦୀପ କଙ୍ଗ ଏ ବିଷୟରେ ବିସ୍ତୁତ ତଥ୍ୟ ପ୍ରଦାନ କରିଛନ୍ତି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, ବିଶ୍ବରେ ଏପର୍ଯ୍ୟନ୍ତ କୌଣସି ଟିକାକୁ କୋଭିଡ୍ ୧୯ ଟିକା ଭଳି ଏତେ ଦ୍ରୁତ ଗତିରେ ବିକଶିତ କରାଯାଇନାହିଁ । ଭାରତ ବିଶ୍ବସ୍ତରରେ କରୋନାରୋଧୀ ଟିକାର ବିକାସ ଏବଂ ନିର୍ମାଣର ସବୁଠୁ ଆଗରେ ରହିଛି । ସବୁଠୁ ଗରିବ ଏବଂ ଦୁର୍ବଳ ଲୋକଙ୍କୁ ଟିକା ଯୋଗାଇବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।

ଡ. ଗଗନଦୀପ କଙ୍ଗ କହିଛନ୍ତି ଯେ, ଭାରତ ନିକଟରେ ୨୦୨୧ର ପ୍ରଥମ ତ୍ରୈମାସିକର ଏକ ଅଧିକୃତ ଟିକା ହେବ । ସବୁଠୁ ଅଧିକ ସମ୍ଭାବନା ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ରହିଛି । ଏହାପରେ ଭାରତ ବାୟୋଟେକ୍, ଗାମାଲେୟା, ବାୟୋ ଇ ଏବଂ ଜାୟଡସର ଟିକା ଆସିବାର ଅଧିକ ସମ୍ଭାବନା ରହିଛି । କଙ୍ଗ କହିଛନ୍ତି ଯେ, ଟିକା ବିତରଣରେ ଏବେ ସମୟ ଲାଗିବ । ଏହା ୨୦୨୨ର ପ୍ରଥମ ତ୍ରୈମାସିକ ପର୍ଯ୍ୟନ୍ତ ଜାରି ରହିବ । ସେ କହିଛନ୍ତି ଯେ, ଆଶା ରହିଛି ଯେ, ସମସ୍ତ ଭାରତୀୟ ଜନସାଧାରଣଙ୍କୁ ୨୦୨୨ ଶେଷ ତଥା ୨୦୨୩ର ପ୍ରାରମ୍ଭରେ ଟିକାକରଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.