ପକ୍କା ଘର, ଶସ୍ତାରେ ସିଲିଣ୍ଡର, ମାଗଣା ଶିକ୍ଷା ଓ ଖାତାକୁ ଟଙ୍କା; ମଧ୍ୟପ୍ରଦେଶରେ ବିଜେପିର ୨୦ ବଡ଼ ପ୍ରତିଶ୍ରୁତି

Published By : Prameya-News7 Bureau | November 11, 2023 IST

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନକ ନେଇ ମଧ୍ୟ ପ୍ରଦେଶ ରାଜନୀତି ବେଶ ସରଗରମ। ପ୍ରଚାରରେ ଉଠୁଛି ପଡ଼ୁଛି ପୂରା ରାଜ୍ୟ। ନଭେମ୍ବର ୧୭ରେ ମତଦାନ ହେଉଥିବା ବେଳେ ଶନିବାର ମଧ୍ୟପ୍ରଦେଶ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ବିଜେପି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା 'ମଧ୍ୟପ୍ରଦେଶ ସଂକଳ୍ପ ପତ୍ର ୨୦୨୩' ଜାରି କରି କହିଛନ୍ତି, ସମୟ ସହିତ ନିର୍ବାଚନୀ ଇସ୍ତାହାରର ମହତ୍ଵ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। କାରଣ ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ  ପ୍ରଲୋଭିତ କରିବାକୁ ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି। ମାତ୍ର ବିଜେପି ଏକମାତ୍ର ଦଳ ଯିଏ ଏହି ଇସ୍ତାହାରକୁ ନିଜର ରୋଡମ୍ୟାପର ମାଧ୍ୟମ କରିଛି।

wp:heading {"level":4}

Also read- କଂଗ୍ରେସ ହିଁ ଏକମାତ୍ର ବିକଳ୍ପ, ଏମିତି କହି ପ୍ରଶଂସା କଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

/wp:heading

ଏଥର ବିଜେପି ଏକ  କୋଟି ୩୦  ଲକ୍ଷ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଘର ସୁବିଧା ଦେବାକୁ ପ୍ରତିଶ୍ରୁତି ଦେଇଛି। ଗାଁର ମହିଳାଙ୍କୁ ଲକ୍ଷପତି କରିବା ପାଇଁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ଉପରେ କାମ କରିବ ବୋଲି ବିଜେପି କହିଛି। ଏଥର ଦଳ ମୋଟ୍ ୨୦ଟି ପ୍ରତିଶ୍ରୁତି ଦେଇଛି।

wp:heading

ମଧ୍ୟପ୍ରଦେଶରେ ବିଜେପିର ୨୦ ପ୍ରତିଶ୍ରୁତି

/wp:heading

୧ - ୫  ବର୍ଷ ଯାଏ ଗରିବ ମିଳିବ ମାଗଣା ରାସନ।

୨ - କୃଷକଙ୍କୁ ଗହମ କ୍ଵିଣ୍ଟାଲ ପିଛା ମିଳିବ ୨୭୦୦ ଟଙ୍କା ଓ ଧାନ ଉପରେ ମିଳିବ ୩୧୦୦ ଟଙ୍କା।

୩ - କୃଷକ ସମ୍ମାନ ନିଧି ଓ କୃଷକ କଲ୍ୟାଣ ଯୋଜନାରେ କୃଷକଙ୍କୁ ବାର୍ଷିକ ୧୨୦୦୦ ଟଙ୍କା ଦିଆଯିବ।

୪ - ମଧ୍ୟପ୍ରଦେଶରେ କୌଣସି ବି ପରିବାର ବାସହୀନ ରହିବ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ମୁଖ୍ୟମନ୍ତ୍ରୀ ଜନ ଧନ ଆବାସ ଯୋଜନା ଆରମ୍ଭ କରାଯିବ।

୫ - ଭଉଣୀମାନଙ୍କୁ ଆର୍ଥିକ ସହାୟତା ସହିତ ପକ୍କା ଘର ମଧ୍ୟ ମିଳିବ।

୬ - ପ୍ରତ୍ୟେକ ପରିବାରରେ ଅତି କମରେ ଜଣଙ୍କୁ ମିଳିବ ରୋଜଗାର।

୭ - ୧୫ ଲକ୍ଷ ଗ୍ରାମାଞ୍ଚଳ ମହିଳାଙ୍କୁ କୌଶଳ ପ୍ରଶିକ୍ଷଣ ଦ୍ଵାରା ଲକ୍ଷପତି କରାଯିବ।

୮ - ଜନ୍ମରୁ ୨୧ ବର୍ଷ ପର୍ଯ୍ୟନ୍ତ ଝିଅମାନଙ୍କୁ ମୋଟ୍ ୨ଲକ୍ଷ ଟଙ୍କା ମିଳିବ।

୯ - ଗରିବ ପରିବାରର ଛାତ୍ରୀମାନଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା।

୧୦- ଉଜ୍ଜ୍ଵଳା ଓ ଭଉଣୀମାନଙ୍କୁ ୪୫୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ମିଳିବ।

୧୧- ଜନଜାତି ସମୁଦାୟର ସଶକ୍ତିକରଣ ପାଇଁ ୩ ଲକ୍ଷ କୋଟି।

୧୨ - କେନ୍ଦୁପତ୍ର ବସ୍ତା ପିଛା ମିଳିବ ୪  ହଜାର ଟଙ୍କା।

୧୩ - ଏସଟି ବ୍ଲକରେ ଏକଲବ୍ୟ ବିଦ୍ୟାଳୟ ଓ ଏସଟି ବହୁଳ ଜିଲ୍ଲାରେ ଖୋଲିବ ମେଡିକାଲ୍ କଲେଜ।

୧୪- ଗରିବ ପରିବାରର ସମସ୍ତ ଛାତ୍ର-ଛାତ୍ରୀଙ୍କୁ ଦ୍ଵାଦଶ ପର୍ଯ୍ୟନ୍ତ ମିଳିବ ମାଗଣା ଶିକ୍ଷା।

୧୫ - ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ଣ  ଭୋଜନ ସହ ମିଳିବ ପୁଷ୍ଟିକର ଭୋଜନ।

୧୬ - ଆଇଆଇଟି ଓ ଏମ୍ସ ଆଧାରରେ ଖୋଲିବ ମଧ୍ୟପ୍ରଦେଶ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି ଓ ମଧ୍ୟ ପ୍ରଦେଶ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍ସ।

୧୭ - ୧୩ ସାଂସ୍କୃତିକ ଲୋକଙ୍କ ହେବ ଭବ୍ୟ ନିର୍ମାଣ।

୧୮ - ୬ ନୂତନ ଏକ୍ସପ୍ରେସ୍‌ର ନିର୍ମାଣ- ବିନ୍ଧ୍ୟ ଏକ୍ସପ୍ରେସ୍ ଓ୍ଵେ, ନର୍ମଦା, ଅଟଳ ପ୍ରଗତି, ମାଲଓ୍ଵ ନିମାଡ଼, ବୁନ୍ଦେଲଖଣ୍ଡ ଏବଂ ମଧ୍ୟଭାରତର ବିକାଶ ପଥ।

୧୯ - ୮୦ ରେଲଓ୍ଵେ ଷ୍ଟେସନର ଆଧୁନିକୀକରଣ ସହିତ ବନ୍ଦେ ଭାରତ, ବନ୍ଦେ ଭାରତ ସ୍ଲିପର ଟ୍ରେନ ଓ ରିଭା, ସିଙ୍ଗରୋଲୀ ଓ ଶହଡୋଲରେ ନିର୍ମାଣ ହେବ ବିମାନ ବନ୍ଦର।

୨୦ - ୨୦ ହଜାର ଟଙ୍କାରେ ନିବେଶରେ ସ୍ଵାସ୍ଥ୍ୟ ବ୍ୟବସ୍ଥା ହେବ ହାଇଟେକ୍। ହସ୍ପିଟାଲ୍ ଓ ଆଇସିୟୁରେ ଶଯ୍ୟା ସଂଖ୍ୟା ବଢିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.