୫୦ ବର୍ଷ ବୟସରେ ପାଦରେ ବଳ ସଞ୍ଚୟ କରି ଏଭରେଷ୍ଟ ଲଙ୍ଘିଲେ ସିନା କିନ୍ତୁ ପଦ୍ମ ରହିଗଲା ବହୁଦୂରରେ : ପର୍ବତାରୋହୀ କଳ୍ପନା ଦାଶଙ୍କୁ ବିଦାୟ ଦେଇଛି ଜନ୍ମମାଟି

Published By : Prameya-News7 Bureau | June 02, 2019 IST

ଭୁବନେଶ୍ୱର ୨/୬ : ପର୍ବତାରୋହୀ କଳ୍ପନା ଦାଶଙ୍କୁ ବିଦାୟ ଦେଇଛି ଜନ୍ମମାଟି ।  ଆଜି ସକାଳ ୯ଟା ୪୦ରେ ତାଙ୍କ ମର ଶରୀର ଭୁବନେଶ୍ବର ବିମାନ ବନ୍ଦରରେ କଳ୍ପନାଙ୍କ ମୃତଦେହ  ପହଞ୍ଚିଥିବା ପରେ ଭାବବିହ୍ବଳ ପରିସ୍ଥିତି ସୃଷ୍ଟି ହେ।ଇଥିଲା । ଏକ ସ୍ବତନ୍ତ୍ର ଗାଡିରେ କଳିଙ୍ଗ ଷ୍ଟାଡିୟମ ନିଆଯାଇ ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ସେଠାରୁ ତାଙ୍କ ଜନ୍ମ ମାଟି ଢେଙ୍କାନାଳ କୁମ୍ଭାରସାହି ନିଆଯିବା ପରେ ଅନ୍ତିମ ସଂସ୍କାର ପାଇଁ ପୁରୀ ନିଆଯାଇଥିଲା । ….

{"id":118912}

କଳ୍ପନା କଳ୍ପନାରେ ରହିଗଲା । ୫୦ ବର୍ଷ ବୟସରେ ପାଦରେ ବଳ ସଞ୍ଚୟ କରି ଏଭରେଷ୍ଟ ଲଙ୍ଘିଲେ ସିନା କିନ୍ତୁ ପଦ୍ମ ବହୁଦୂରରେ ରହିଗଲା। ଯେଉଁଦିନ ନିର୍ବାଚନ ଫଳାଫଳ ଘୋଷଣା ହେଉଥିଲା ସାରା ଦେଶରେ ପଦ୍ମ ଫୁଟୁଥିଲା ସେହିଦିନ ହଜିଗଲା ଓଡ଼ିଶାର ଏହି ପଦ୍ମ । ଏଭରେଷ୍ଟ ଚଢ଼ି ଝିଅ ଫେରିଛି ତାକୁ ମନଭରି ଆଖି ପୁରାଇ ଦେଖିନିଅ। ସେ ପୁଣି ଫେରିଯିବ । ଏମିତି କିଛି ପରିବେଶ ଥିଲା ଆଜି ଢେଙ୍କାନାଳର କୁମ୍ଭାରସାହିରେ। ହଜାର ହଜାର ଲୋକ ଏକାଠି ହୋଇଥିଲେ ପର୍ବତାରୋହୀ କଳ୍ପନାଦାସଙ୍କୁ ଦେଉଥିଲେ ଅନ୍ତିମ ବିଦାୟ।

{"id":118913}

ସକାଳ ୯.୪୦ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲା କଳ୍ପନା ଦାଶଙ୍କ ମର ଶରୀର । ରାଜ୍ୟ ସରକାରଙ୍କ ୩ଜଣିଆ ଟିମ୍ କଳ୍ପନାଙ୍କ ପାର୍ଥିବ ଶରୀର କାଠମାଣ୍ଡୁରୁ ଆଣି ଏଠାରେ ପହଞ୍ଚିଥିଲେ। କାନ୍ଦ ବେ।ବାଳିରେ ଫାଟି ପଡିଥିଲା ପରିବେଶ । ଉପସ୍ଥିତ ଥିଲେ ମା ଓ ଭାଇ । ବେଶ୍ ହୃଦୟ ବିଦାରକ ଥିଲା ସେହି ଦୃଶ୍ୟ । ଏୟାରପେ।ର୍ଟରୁ କଳ୍ପନାଙ୍କ ପାର୍ଥିବ ଶରୀର କଳିଙ୍ଗ ଷ୍ଟାଡିୟମ ନିଆଯାଇଥିଲା । ସେଠାରେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

{"id":118914}

ଦିନ ୧୨ଟା ୫୫ମିନିଟରେ ଢେଙ୍କାନାଳରେ ପହଞ୍ଚଥିଲା କଳ୍ପନାଙ୍କ ମର ଶରୀର। ଢେଙ୍କାନାଳ କଲେଜ ଛକରୁ ଏକ ଶୋଭାଯାତ୍ରାରେ  ମିନି ଷ୍ଟାଡିୟମକୁ ନିଆଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେବାପରେ ପୈତୃକ ଗ୍ରାମ ସାରିଆ ପଡାକୁ ନିଯାଇଥିଲା। ସେଠାରୁ ତାଙ୍କ ଜନ୍ମ ମାଟି ଢେଙ୍କାନାଳ କୁମ୍ଭାରସାହି ଅଣାଯିବା ପରେ ଅନ୍ତିମ ସଂସ୍କାର ପାଇଁ ପୁରୀ ନିଆଯାଇଥିଲା ।

{"id":118916}

ଅଦମ୍ୟ ଇଚ୍ଛାଶକ୍ତି ପାଖରେ ସବୁକିଛି ହାର ମାନିଯାଏ । ଏଭରେଷ୍ଟ ଚଢ଼ିବାର ପ୍ରତିଟି ପାଦରେ ମୃତ୍ୟୁ ତାଙ୍କୁ ପାଦେ ପାଦେ ପିଛା କରୁଥିଲା କିନ୍ତୁ କଳ୍ପନା ହାରିନଥିଲେ। ଏଭରେଷ୍ଟ ଗିରିଶୃଙ୍ଗ ଛୁଇଁ ନିଜ କଳ୍ପନା ପୂର୍ଣ୍ଣ କରିଥିଲେ ତାପରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.