ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଆହାତ…

Published By : Prameya-News7 Bureau | February 25, 2023 IST

ମଧ୍ୟପ୍ରଦେଶ ୨୫।୦୨: ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଶୁକ୍ରବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଅତି ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ ମୋହନିଆ ଟନେଲର ବରଖାଦା ଗ୍ରାମ ନିକଟରେ ୨ଟି ବସକୁ ଧକ୍କା ଦେଇଥିଲା । ଖବର ଲେଖାଯାଏଁ ଦୁର୍ଘଟଣାରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଅମିତ ଶାହଙ୍କ ରାଲିରେ ଯୋଗଦେଇ ଲୋକେ ବସ ଯୋଗେ ଫେରୁଥିବା ବେଳେ ଦୁଇଟି ବସକୁ ଧକ୍କା ଦେଇଥିଲା ଟ୍ରକ । ଦୁର୍ଘଟଣା ଏତେ ଭୟଙ୍କର ରହିଥିବା ଦୁଇଟି ବସ ମଧ୍ୟରୁ ଗୋଟିଏ ବସ ଓଲଟି ଯାଇଥିଲା । ଫଳରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଥିବା ନେଇ ଜଣାପଡିଛି । ଖବରପାଇ ସ୍ଥାନୀୟ ପୋଲିସ ଏବଂ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଟ୍ରକର ଟାୟାର ଫାଟିଯିବା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା କୁହାଯାଇଛି ।

wp:html /wp:html

ଏହି ଦୁର୍ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି । ଅମିତ ଶାହ ଟ୍ବିଟକରି କହିଛନ୍ତି," ସିଦ୍ଧିରେ ହୋଇଥିବା ସଡକ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି । ପ୍ରଶାସନ ତରଫରୁ ଆହତମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି । ମୁଁ ସେମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ।"

wp:html /wp:html

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ବିଟକରି କହିଛନ୍ତି, " ଏଭଳି ଦୁଃଖଦ ସମୟରେ ମୁଁ ଶୋକସନ୍ତପ ପରିବାର ସହ ରହିଛି । ସିଦ୍ଧି ଜିଲ୍ଲା ପ୍ରଶାସନ ଏବଂ ଏସିପି ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ରେୱା ମେଡିକାଲ କଲେଜ ଏବଂ ସିଦ୍ଧି ଜିଲ୍ଲା ହସ୍ପିଟାଲରେ ଆହତମାନଙ୍କୁ ଚିକିତ୍ସା କରାଯାଉଛି । ସିଦ୍ଧିରେ ବସ ଦୁର୍ଘଟଣା ଅତ୍ୟନ୍ତ ଦୁଃଖ ଦାୟକ । ଇଶ୍ବର ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ । "

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.