ନନ୍ ଏବଂ ପାଦରୀ ବି ଦେଖନ୍ତି ପର୍ଣ୍ଣ, ପୋପ ଫ୍ରାନ୍ସିସ ନିଜେ କଲେ ଖୁଲାସା, ଦେଲେ ଏହି ଚେତାବନୀ

Published By : Prameya-News7 Bureau | October 27, 2022 IST

ନୂଆଦିଲ୍ଲୀ: ଇସାଇ ସମୁଦାୟର ସବୁଠୁ ବଡ ଧର୍ମଗୁରୁ ପୋପ ଫ୍ରାନ୍ସିସ ବିଶ୍ୱ ଆଗରେ ଏକ ଚାଞ୍ଚଲ୍ୟକର ସତକୁ ସ୍ୱୀକାର କରିଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ ପର୍ଣ୍ଣୋଗ୍ରାଫିର ପ୍ରଭାବ ଏତେ ଅଧିକ ହୋଇଛି ଯେ ଅନେକ ପାଦରୀ ଏବଂ ନନ୍ ମଧ୍ୟ ଏହାଠାରୁ ବର୍ତ୍ତିପାରି ନାହାନ୍ତି । ସେ ସ୍ୱୀକାର କରିଛନ୍ତି ଯେ ବଡ଼ ସଂଖ୍ୟାରେ ପାଦରୀ ଏବଂ ନନ୍ ମଧ୍ୟ ପର୍ଣ୍ଣ ଦେଖୁଛନ୍ତି । ବିବିସିର ଏକ ରିପୋର୍ଟରେ ଏହି ଖୁଲାସା କରାଯାଇଛି । ଡିଜିଟଲ ଏବଂ ସୋସିଆଲ ମିଡିଆର ସର୍ବୋତ୍ତମ ବ୍ୟବହାର ଉପରେ ଭାଟିକାନ ସିଟିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିବିସିର ପ୍ରଶ୍ନରେ ୮୬ ବର୍ଷୀୟ ପୋପ ଫ୍ରାନ୍ସିସ ସ୍ୱୀକାର କରିଛନ୍ତି ଯେ ସୋସିଆଲ ମିଡିଆରେ ପୋର୍ଣ୍ଣୋଗ୍ରାଫିର ପ୍ରଭାବ ଏତେ ଅଧିକ ରହିଛି ଯେ, ପାଦରୀ ଏବଂ ନନ୍ ମଧ୍ୟ ଏହାର ଫାସରେ ପଡିଛନ୍ତି ।

ପୋପ ଫ୍ରାନ୍ସିସ କହିଛନ୍ତି, ଅନେକ ନନ୍ ମଧ୍ୟ ପର୍ଣ୍ଣ ଦେଖନ୍ତି । କିନ୍ତୁ ଏହାସହ ଧାର୍ମିକ କ୍ଷେତ୍ର ସହ ଜଡିତ ଲୋକଙ୍କୁ ଏହାଠାରୁ ଦୂରେଇ ରହିବାକୁ ସେ ଚେତାବନୀ ଦେଇ ଏହା ଖ୍ରୀଷ୍ଟଧର୍ମର ବିପରୀତ ବୋଲି କହିଛନ୍ତି । ଏହି ସମୟରେ ପୋପ ସେଠାରେ ଉପସ୍ଥିତ ପାଦରୀ ଏବଂ ଧର୍ମ କ୍ଷେତ୍ର ସହ ଜଡିତ ଅନ୍ୟମାନଙ୍କୁ କହିଛନ୍ତି, 'ପର୍ଣ୍ଣୋଗ୍ରାଫି ଏକ ରୋଗ ପରି ଯିଏ ପାଦରୀ ଏବଂ ନନମାନଙ୍କୁ ନିଜ ଜାଲରେ ଫସାଇ ସାରିଛି । ଏହି ମାଧ୍ୟମ ଦେଇ ଆମ ଶରୀରକୁ ସୈତାନ ପ୍ରବେଶ କରୁଛନ୍ତି '। ସୋସିଆଲ ଏବଂ ଡିଜିଟାଲ ମିଡିଆକୁ ନେଇ ପୋପ କହିଛନ୍ତି, 'ଯଦି ଏଥିରେ ସମୟ ବିତାଇବାକୁ ଚାହାନ୍ତି ତେବେ କମରୁ କମ ସମୟ ବିତାନ୍ତୁ । ଯେଉଁମାନେ ସାରା ଦିନ ଯୀଶୁଙ୍କ ଶରଣରେ ଥିବା କଥା କୁହନ୍ତି ସେମାନେ ଏହି ପର୍ଣ୍ଣ ସୂଚନା ନେଇପାରିବେ ନାହିଁ'।

ପୋପ ଫ୍ରାନ୍ସିସ କହିଛନ୍ତି, ଆପଣଙ୍କୁ ନିଜ ଫୋନରୁ ଏସବୁ ବାହାର କରିବାକୁ ପଡିବ ଫଳରେ କୌଣସି ପ୍ରକାର ଲୋଭ ଆପଣ ସହ ରହିବ ନାହିଁ। ପର୍ଣ୍ଣୋଗ୍ରାଫି ଦେଖିବା ଇସାଇ ବିରୋଧରେ ବୋଲି ପୋପ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସାରା ଦୁନିଆରେ ଏହିପରି ଅନେକ ମାମଲା ସାମନାକୁ ଆସିଛି ଯେଉଁଥିରେ ପାଦରୀ ଏବଂ ନନଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ରହିଛି । ଏହାସହ ପର୍ଣ୍ଣୋଗ୍ରାଫିରୁ ପ୍ରଭାବିତ ହେଉଥିବା ଅଭିଯୋଗ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.