‘ଅଷ୍ଟ୍ରେଲିଆ ଯଦି ଗୋଟିଏ ଟେଷ୍ଟ ଜିତେ ତାହା ମୋତେ ଆଶ୍ଚର୍ଯ୍ୟ ଲାଗିବ, ଭାରତ ୪-୦ରେ ଜିତିବ ସିରିଜ୍’

Published By : Prameya-News7 Bureau | February 15, 2023 IST

ନୂଆଦିଲ୍ଲୀ: ନାଗପୁରରେ ଖେଳା ଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌କୁ ଭାରତ ବଡ ସହଜରେ ଜିତି ନେଇଛି। ଏଥିସହ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ଵିତୀୟ ଟେଷ୍ଟ ଫେବୃଆରୀ ୧୭ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଭାରତ ଯେଉଁଭଳି ପ୍ରଥମ ଟେଷ୍ଟରେ ନିଜର ଦବଦବା ବଜାୟ ରଖିଲା, ଏହାକୁ ଦେଖି ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ସାଇମନ ଡଲ୍ ପୂର୍ବାନୁମାନ କରିଛନ୍ତି ଯେ, ଭାରତ ଏହି ଟେଷ୍ଟ ଶୃଙ୍ଖଳାକୁ ୪-୦ରେ ବିଜୟ ହାସଲ କରିବ। ଅଷ୍ଟ୍ରେଲିଆ ଯଦି ଗୋଟିଏ ବି ଟେଷ୍ଟ ଜିତେ ତେବେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିବ।

ସାଇମନ ଡଲ୍ କହିଛନ୍ତି, ଯଦି ଅଷ୍ଟ୍ରେଲିଆ ଗୋଟିଏ ବି ଟେଷ୍ଟ ମ୍ୟାଚ୍‌ ଜିତେ ତେବେ ଏହା ମୋ ପାଇଁ ଆଶ୍ଚର୍ଯ୍ୟକର  ଘଟଣା ହେବ। ଯଦି ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ନହୁଏ ତେବେ ଭାରତ ଏହି ଶୃଙ୍ଖଳାକୁ ୪-୦ରେ ଜିତିବ। ଯଦି କୌଣସି ଦିନ ଅଷ୍ଟ୍ରେଲିଆ ବୋଲର ଘାତକ ବୋଲିଂ କରନ୍ତି କିମ୍ବା ଷ୍ଟିଭ୍ ସ୍ମିଥ୍ ଏବଂ ମାର୍ନସ ଲାବୁସେନ କୌଣସି ସ୍ମରଣୀୟ ଇନିଂସ ଖେଳନ୍ତି ତେବେ ଏହି ଶୃଙ୍ଖଳାର ଫଳାଫଳ ଭାରତ ପକ୍ଷରେ ୩-୧ରେ ଯିବ। ନଚେତ୍ ଭାରତ ୪-୦ରେ ବିଜୟ  ହାସଲ କରିବ।

wp:heading {"level":4}

ଏ ଖବର ପଢନ୍ତୁ- ନମ୍ବର ଓ୍ଵାନ ହେବାର ନିକଟତର ହେଲେ ଅଶ୍ଵିନ, ଜାଡେଜା ବି ଉପରକୁ ଉଠିଲେ

/wp:heading

ସାଇମନ ଡଲ୍ କହିଛନ୍ତି, ଯେଉଁ ଲୋକ ଭାରତ କିମ୍ବା ଉପମହାଦେଶୀୟ ପିଚ୍‌କୁ ନେଇ ଲେଖୁଛନ୍ତି, ସେମାନେ କେବଳ  କ୍ଲିକ୍‌ବେଟ୍  ଚାହାନ୍ତି। ସେମାନଙ୍କୁ କେବଳ ଅଧିକ ଫୋଲଅର୍ସ ଦରକାର। ଆପଣ ଏହା କହି ପାରିବେ ନାହିଁ ଯେ, ନିକଟରେ ଅଷ୍ଟ୍ରେଲିଆରେ ଯେଉଁ ଟେଷ୍ଟ ପିଚ୍ ଦେଖିବାକୁ ମିଳିଥିଲା, ତାହା କଣ ସୁହାଇଲା ପରି ଥିଲା। ଯେ ପର୍ଯ୍ୟନ୍ତ ପିଚ୍‌କୁ ନେଇ କାହାରି କିଛି ଆପତ୍ତି ନାହିଁ ସେଥିରେ ବାହାର ଲୋକଙ୍କୁ ମଧ୍ୟ କୌଣସି ଅସୁବିଧା ହେବା ଉଚିତ୍ ନୁହେଁ। ଯଦି ପ୍ରଥମ ଦୁଇ ଦିନରେ ବଲ୍ ସ୍ପିନ ହେଉଛି କିମ୍ବା ପ୍ରଥମ ଘଣ୍ଟାରେ ବଲ୍ ଘୁରୁଛି ତେବେ ଏଥିରେ କୌଣସି ସମସ୍ୟା ନାହିଁ।

ମୋତେ ଲାଗୁନି ବର୍ତ୍ତମାନର ଖେଳାଳି ବ୍ରାଏନ ଲାରା, ସଚିନ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡଙ୍କ ପରି ସ୍ପିନରଙ୍କୁ ଭଲ ଭାବେ ଖେଳି ପାରିବେ। କେବଳ ଏତିକି ନୁହେଁ ବର୍ତ୍ତମାନର ଭାରତୀୟ ବ୍ୟାଟର ମଧ୍ୟ ସ୍ପିନ ବୋଲିଂକୁ ଭଲ ଭାବେ ଖେଳି ପାରିବେ ନାହିଁ। କିନ୍ତୁ ସେମାନେ ଦୁନିଆର ଅନ୍ୟ  ବ୍ୟାଟରଙ୍କ ତୁଳନାରେ ଭଲ ଖେଳି ପାରନ୍ତି। ଏଥିପାଇଁ ଭାରତୀୟ ଖେଳାଳି ଘରୋଇ ମାଟିରେ ସଫଳ ହୁଅନ୍ତି ବୋଲି ସାଇମନ ଡଲ୍  କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.