ଆମ ପାଇଁ ସମ୍ୱିଧାନ ହିଁ ସବୁ କିଛି, ଆମ୍ୱେଦକର ନିଜେ ଆସିଲେ ବି ଏହାକୁ ଶେଷ କରିପାରିବେ ନାହିଁ: ପିଏମ୍ ମୋଦୀ

Published By : Prameya-News7 Bureau | April 12, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମ୍ୱିଧାନକୁ କେନ୍ଦ୍ର ସରକାରଙ୍କ ପାଇଁ 'ଗୀତା, ରାମାୟଣ, ମହାଭାରତ ଏବଂ କୁରାନ' କହି ଶୁକ୍ରବାର କହିଛନ୍ତି ଯେ ବାବା ସାହେବ ଆମ୍ୱେଦକର ନିଜେ ଆସିଲେ ବି ସମ୍ୱିଧାନକୁ ଶେଷ କରି ପାରିବେ ନାହିଁ । ବିଜେପି ଉପରେ ସମ୍ୱିଧାନ ନଷ୍ଟ କରିବାର ବିରୋଧୀଙ୍କ ଅଭିଯୋଗ ଉପରେ ଜବାବ ଦେଇ ପିଏମ୍ ମୋଦୀ ଏହା କହିଛନ୍ତି । ସେ କହିଛନ୍ତି, 'ଆମ ପାଇଁ ଆମ ସମ୍ୱିଧାନ ହିଁ ସବୁ କିଛି ।' ବାଡମେରରେ ବିଜେପିର ନିର୍ବାଚନ ରାଲିକୁ ସମ୍ୱୋଧନ କରି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପିଏମ୍ ମୋଦୀ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଦେଶ-ବିରୋଧୀ ଶକ୍ତି ସହ ଛିଡ଼ା ହୋଇଛି । 

ପ୍ରଧାନମନ୍ତ୍ରୀ କହିଛନ୍ତି, 'ଏସସି, ଏସଟି, ଓବିସି ଭାଇଙ୍କ ସହ ଦଶନ୍ଧି ଯାଏ ଭେଦଭାବ କରିଥିବା କଂଗ୍ରେସ ଆଜିକାଲି ଏକ ପୁରୁଣା ରେକର୍ଡ ବଜାଉଛି । ଯେତେବେଳେ ବି ନିର୍ବାଚନ ଆସେ ସମ୍ୱିଧାନର ନାଁରେ ମିଛ କହିବା ଇଣ୍ଡି ଆଲାଏନ୍ସର ସମସ୍ତ ସହଯୋଗୀଙ୍କ ଫ୍ୟାନସ ପାଲଟିଛି ।' ସେ କହିଛନ୍ତି, 'ଯେଉଁ କଂଗ୍ରେସ ବାବା ସାହେବ ଜୀବିତ ସମୟରେ ତାଙ୍କୁ ନିର୍ବାଚନରେ ହରାଇଲା...ଯେଉଁମାନେ ବାବା ସାହେବଙ୍କୁ ଭାରତ ରତ୍ନ ଦେଲେ ନାହିଁ...ଯେଉଁ କଂଗ୍ରେସ ଦେଶରେ ଜରୁରୀକାଳୀନ ଲଗାଇ ସମ୍ୱିଧାନକୁ ଶେଷ କରିବା ପାଇଁ ଉଦ୍ୟମ କରିଛି, ଆଜି ସେହି କଂଗ୍ରେସ ମୋଦୀଙ୍କୁ ଗାଳି ଦେବା ପାଇଁ ସମ୍ୱିଧାନର ନାଁରେ ମିଛ ସାହାରା ନେଉଛି ।' 

ପଢନ୍ତୁ: ତୁର୍କୀକୁ ମହଙ୍ଗା ପଡ଼ିଲା ପାକିସ୍ତାନ ପ୍ରୀତି, ୨୨,୦୦୦ କୋଟି ଟଙ୍କାର ଝଟକା ଦେଲା ଭାରତ

ପ୍ରଧାନମନ୍ତ୍ରୀ କହିଛନ୍ତି, 'ଏହି ମୋଦୀ ଯିଏ ଦେଶରେ ପ୍ରଥମ ଥର ସମ୍ୱିଧାନ ଦିବସ ପାଳନ କରିବା ଆରମ୍ଭ କରିଥିଲା । ଏହି କଂଗ୍ରେସ ସମ୍ୱିଧାନ ଦିବସ ପାଳନକୁ ବିରୋଧ କରୁଥିଲା । ସଂସଦରେ ତାଙ୍କ ଭାଷଣ ଥିଲା । କଣ ଏହା ବାବା ସାହେବ ଏବଂ ସମ୍ୱିଧାନର ଅପମାନ ନୁହେଁ କି ? ଏଇ ମୋଦୀ ବାବା ସାହେବଙ୍କ ସହ ଜଡିତ ପାଞ୍ଚ ତୀର୍ଥର ବିକାଶ କରିଛି ।' ସେ କହିଛନ୍ତି, 'ଏଥିପାଇଁ ବାହା ସାହେବ ଏବଂ ସମ୍ୱିଧାନର ଅପମାନ କରିଥିବା କଂଗ୍ରେସ ଏବଂ ଇଣ୍ଡି ଆଲାଏନ୍ସର ମିଛରୁ, ସେମାନଙ୍କ ଗପରୁ ସାବଧାନ ରହିବା ଜରୁରୀ ।'

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.