ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ପରେ ବି ଅଧ୍ୟକ୍ଷ ପଦରୁ ବଞ୍ଚିତ ଅଧ୍ୟାପକ, ଚୌକି ମାଡିବସିଛନ୍ତି ଅସ୍ଥାୟୀ ଅଧ୍ୟକ୍ଷ

Published By : Prameya-News7 Bureau | July 15, 2021 IST

ଆନନ୍ଦପୁର ୧୫।୭: ଆନନ୍ଦପୁର ମହାବିଦ୍ୟାଳୟ ଅଧକ୍ଷ ପଦକୁ ନେଇ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗତ ଜୁନ୍ ମାସ ୩୦ ତାରିଖରେ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଅବସର ଗ୍ରହଣ କରିବା ପରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଦିଲ୍ଲୀପ କୁମାର ଦାସଙ୍କୁ ଅସ୍ଥାୟୀ ଅଧକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ହେଲେ ବୁଧବାର ଉଚ୍ଚଶିକ୍ଷା ବିଭାଗ ଯୋଗ୍ୟତା ଅନୁଯାୟୀ ଗଣିତ ବିଭାଗ ଅଧ୍ୟାପକ ନାରାଣ ମିଶ୍ରଙ୍କୁ ଅଧ୍ୟକ୍ଷ ପଦ ପାଇଁ ନିଯୁକ୍ତି କରିବାକୁ ଚିଠି କରିଛନ୍ତି ।

{"id":481052,"sizeSlug":"large","linkDestination":"none"}

ଉକ୍ତ ଚିଠି ଆଧାରରେ ଗୁରୁବାର ଅଧ୍ୟାପକ ନାରାୟଣ ମିଶ୍ର  ଅଧ୍ୟକ୍ଷ ପଦ ପାଇଁ  କଲେଜ ପରିଚାଳନା ବୋର୍ଡ ପ୍ରେସିଡେଣ୍ଟ ତଥା ଉପଜିଲ୍ଲାପାଳଙ୍କୁ ଭେଟିଥିଲେ । ହେଲେ ଉପଜିଲ୍ଲାପାଳ ତାଙ୍କୁ ତୁରନ୍ତ ଅଧ୍ୟକ୍ଷ ପଦରେ ନିଯୁକ୍ତ ନକରି ଟାଳଟୁଳ ନୀତି ଅବଲମ୍ବନ କରିଥିବା ଅଭିଯୋଗ ହୋଇଛି । ତେବେ ଏ ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ବର୍ତ୍ତମାନ ଦାୟିତ୍ବରେ ଥିବା ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାଶ ହାଇକୋର୍ଟରୁ ଷ୍ଟେ ଆଣିଥିବା ସେ କହିଛନ୍ତ ।

ହେଲେ ଉକ୍ତ ଷ୍ଟେ ଅର୍ଡର କପି ତାଙ୍କ ଦପ୍ତର ଫାଇଲରେ ରହିଥିବା ଉପଜିଲ୍ଲାପାଳ କହୁଥିବା ବେଳେ ସେଠାକାର ବଡ ବାବୁ ଏଭଳି କୌଣସି କୋର୍ଟ ଅର୍ଡର ତାଙ୍କ କାର୍ଯ୍ୟାଳୟର ହସ୍ତଗତ ହୋଇନଥିବା କହିଛନ୍ତି । ଉପଜିଲ୍ଲାପାଳ ଓ ଅସ୍ଥାୟୀ ଅଧ୍ୟକ୍ଷଙ୍କ ମଧ୍ୟରେ କ’ଣ ଭିତିରି ସମ୍ପର୍କ ରହିଛି ଯାହା ଫଳରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକୁ ପାଳନ କରିବାରେ ଉପଜିଲ୍ଲାପାଳ ସମୟ ଗଡାଉଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.