ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ନିରାଶ ହେଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ: ବାହାରିଲାନି ସମାଧାନର ରାସ୍ତା; ବିନା ୟୁନିଫର୍ମରେ ଡ୍ୟୁଟି କରିବେ ଶିକ୍ଷକ

15/03/2023 at 11:45 PM

ଭୁବନେଶ୍ୱର ୧୫/୦୩: ବୁଧବାର ରାଜଧାନୀର ଲୋୟର  ପିଏମଜିଠାରେ ହଜାର ହଜାର ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ପାଇଁ ଏକାଠି ହୋଥିଲେ। ୩ ଦଫା ଦାବି ନେଇ ସେମାନେ ସେଠାରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରିଥାଆନ୍ତେ। କିନ୍ତୁ ପୋଲିସ ଅନୁମତି ନମିଳିବାରୁ ସେମନେ ପ୍ରଦର୍ଶନୀ ପଡ଼ିଆରେ ଧାରଣା ଦେଇଥିଲେ। ଅନ୍ୟପଟେ ଏହାପରେ ଶିକ୍ଷକ ସଂଘର ୧୧ ଜଣିଆ ପ୍ରତିନିଧି ଦଳ ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସହିତ ଆଲୋଚନା କରିଥିଲେ।ଏହି ବୈଠକ ପରେ ମନ୍ତ୍ରୀ ସମୀର ଦାସ ଶିକ୍ଷକଙ୍କ ଦାବିକୁ ନେଇ ଉଚ୍ଚ ସ୍ତରୀୟ କମିଟିରେ ଜଣାଇବେ ବୋଲି କହିଛନ୍ତି। ସେପଟେ ଏହି ଆଲୋଚନାରେ କୌଣସି ନିସ୍କର୍ଷ ନବାହାରିବାରୁ ପ୍ରାଥମିକ ଶିକ୍ଷକ ସଂଘ ୟୁନିଫର୍ମ ବର୍ଜନ କରିବାନେଇ ନିଷ୍ପତ୍ତି ନେଇଛି। କିନ୍ତୁ ଏପରି ନକରିବାକୁ  ଶିକ୍ଷାମନ୍ତ୍ରୀ ଶିକ୍ଷକମାନଙ୍କୁ ଅନୁରୋଧ କରିଛନ୍ତି।

ଖବର ଅନୁସାରେ, ବିଧାନସଭାର ମନ୍ତ୍ରୀଙ୍କ ପ୍ରକୋଷ୍ଟରେ ଶିକ୍ଷକ ସଙ୍ଘ ପକ୍ଷରୁ ୧୧ ଜଣିଆ ପ୍ରତିନିଧି ଦଳ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଥିଲେ। ଆଲୋଚନା ପରେ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହଛନ୍ତି ଯେ, ‘’ଶିକ୍ଷକମାନଙ୍କ ସହ ଆଲୋଚନା ହେଲା, ପୂର୍ବରୁ  ଉଚ୍ଚ ସ୍ତରୀୟ କମିଟି ସହ ସେମାନଙ୍କ ଆଲୋଚନା ହୋଇଥିଲା। ସେମାନଙ୍କ ଦାବି ଏହି କମିଟିକୁ ପଠାଯିବ। ତାଙ୍କ ଦାବି ନେଇ ଆଲୋଚନା ଜାରି ରହିଛି। ବିଭିନ୍ନ ପର୍ଯ୍ୟାୟରେ ଆହୁରି ଆଲୋଚନା ହେବ। ଆଲୋଚନା ମାଧ୍ୟମରେ ସେମାନଙ୍କର ଦାବି ବିଷୟରେ ସମାଧାନ ହେବ। ଏହା ସହିତ ଶିକ୍ଷକ ସମାଜକୁ ଅନୁରୋଧ ସେମାନେ ଗଣବେଶ (ୟୁନିଫର୍ମ) ବର୍ଜନ କରନ୍ତୁ ନାହିଁ, ଏହି ନିଷ୍ପତ୍ତିରୁ ବିରତ ରୁହନ୍ତୁ’’।

ସୂଚନା ଥାଉକି, ବୁଧବାର ଆନ୍ଦୋଳ କରିବାପାଇଁ ଭୁବନେଶ୍ୱରରେ ହଜାର ହଜାର କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଏକାଠି ହୋଇଥିଲେ। ଠିକା ନିଯୁକ୍ତି ଉଚ୍ଛେଦ କରିବା, ନୂଆ ପେନସନ ପ୍ରତ୍ୟାହର କରି ପୁରୁଣା ପେନସନ ଲାଗୁ କରିବା, ୬ ବର୍ଷ ଚାକିରି କାଳକୁ ଗଣନା କରିବା ଓ ୬ଟି ଇନକ୍ରିମେଣ୍ଟ ଦେବା ଇତ୍ୟାଦି ସେମାନେ ତାଙ୍କ ଚାକିରି ସମୟରେ ଦାବି କରିଛନ୍ତି।

୨୦୨୨ ଡିସେମ୍ବରରେ ସରକାର ଏହି ଦାବିଗୁଡ଼ିକ ପୂରଣ କରିବାକୁ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। କିନ୍ତୁ ୩ ମାସ ହେଲା ସରକାର ଏହି ଦାବିକୁ ଅଣଦେଖା କରୁଛନ୍ତି, ଲିଖିତ ପ୍ରତିଶୃତି ବି ପାଣିର ଗାର ପାଲଟିଛି ବୋଲି ଆନ୍ଦୋଳନ ପାଇଁ ଆଶିଥିବା ଶିକ୍ଷକ କହିଛନ୍ତି। ତେବେ ପୂର୍ବରୁ ମାର୍ଚ୍ଚ ୧୫ ରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅନୁମତି ଶିକ୍ଷକ ସଂଘ ମାଗିଥିଲେ ମଧ୍ୟ ଗତକାଲି ରାତିରେ ପୋଲିସ ଅନୁମତିକୁ ରଦ୍ଦ କରିଛି। ଏନେଇ ତୀବ୍ର ଅସନ୍ତୋଷ କନିଷ୍ଠ ଶିକ୍ଷକ ସଂଘ ପ୍ରକାଶ କରିଛି ।

   Related Posts