ଆସନ୍ତା ୧୫ରୁ ମାଟ୍ରିକ ଖାତା ଦେଖା, ୧୫ ଦିନ ମଧ୍ୟରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ

Published By : Prameya-News7 Bureau | March 05, 2024 IST

କଟକ ୦୫।୦୩ : ସରିଲା  ମାଟ୍ରିକ ପରୀକ୍ଷା ।  ଆସନ୍ତା ୧୫ ତାରିଖରୁ ଖାତା ଦେଖା । ରାଜ୍ୟର ୩୧୩ଟି ନୋଡାଲ୍ ସେଣ୍ଟରରୁ  ଉତ୍ତର ଖାତା ସଂଗ୍ରହ ପାଇଁ ବୋର୍ଡ ଗଠନ କରିଥିବା ଟିମ୍ ପଠାଯାଇଛି । ଆସନ୍ତା ୬ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ନୋଡାଲ ସେଣ୍ଟରରୁ ଖାତା ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଯିବ । ୧୫ ତାରିଖରୁ ଉତ୍ତର ଖାତା ଦେଖା ଯିବାକୁ ଥିବା ବେଳେ  ଉତ୍ତରଖାତାଗୁଡିକୁ ଆସନ୍ତା ୧୩ ତାରିଖ ସୁଦ୍ଧା ୫୪ଟି ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚାଇ ଦିଆଯିବ । ଖାତା ଦେଖା ଆରମ୍ଭ ହେବାର ୧୫ ଦିନ ଭିତରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

wp:embed {"url":"https://www.prameyanews7.com/2024-year-matric-exam-ends-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/2024-year-matric-exam-ends-today/
/wp:embed

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ୨ ହଜାର ୯୯୧ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିପରି ୭ ହଜାର ୮୩୧ ପରୀକ୍ଷାର୍ଥୀ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ଓ ୩ ହଜାର ୩୭ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଇଛନ୍ତି । ପରୀକ୍ଷାକୁ କପିମୁକ୍ତ କରିବା ପାଇଁ ଏଥର AI ମାଧ୍ୟମରେ ତଦାରଖ କରାଯାଇଥିଲା ।

wp:embed {"url":"https://www.prameyanews7.com/katrina-kaif-has-always-dubbed-her-own-film/","type":"wp-embed","providerNameSlug":"prameya-news-7"}
https://www.prameyanews7.com/katrina-kaif-has-always-dubbed-her-own-film/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.