AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

କୋଭିଡ ପରଠୁ ବଢିଛି ସ୍ୱାସ୍ଥ୍ୟ ସଂକଟ, ୫ ଲକ୍ଷ ଡାକ୍ତର ଓ ୧୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଅଭାବ

12/09/2022 at 9:15 AM

ଲଣ୍ଡନ,୧୨/୦୯: ସାଙ୍ଘାତିକ ଦରଦାମ ବୃଦ୍ଧିର ସମ୍ମୁଖୀନ ହେଉଥିବା ୟୁରୋପରେ ଭୁଶୁଡ଼ି ପଡ଼ିଲାଣି ସ୍ୱାସ୍ଥ୍ୟ ବ୍ୟବସ୍ଥା । ସ୍ୱାସ୍ଥ୍ୟସେବା ମିଳିବା ପାଲଟିଛି ବହୁ କଷ୍ଟକର ବ୍ୟାପାର । ଡାକ୍ତରଙ୍କୁ ଦେଖାଇବା ପାଇଁ ଦେବାକୁ ପଡୁଛି ଲାଞ୍ଚ । ବ୍ରିଟେନ୍‌ରେ ଚିକିତ୍ସା ପାଇଁ ପାଖାପାଖି ୬୫ ଲକ୍ଷ ଲୋକ ଅପେକ୍ଷା କରିରହିଛନ୍ତି । ୨୦୧୯ ତୁଳନାରେ ଏହା ୫୦% ଅଧିକ । ଫଳରେ ରୋଗବ୍ୟାଧିରେ ପଡ଼ି ଲୋକମାନେ ଛଟପଟ ହେଉଛନ୍ତି ।

ୟୁରୋପର ଆଉ ଏକ ପ୍ରମୁଖ ରାଷ୍ଟ୍ର ସ୍ପେନରେ ଜରୁରି ଅସ୍ତ୍ରୋପଚାର ଅପେକ୍ଷାରେ ଥିବା ଲୋକଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି । ସେମାନଙ୍କୁ ପ୍ରାୟ ୧୨୩ ଦିନ ଅପେକ୍ଷା କରିବାକୁ ପଡୁଛି । ବିଗତ ୧୮ ବର୍ଷର ଏହା ରେକର୍ଡ ଭାଙ୍ଗିଛି । କୋଭିଡ ମହାମାରୀ ଯୋଗୁ ୟୁରୋପରେ ଏଭଳି ସ୍ୱାସ୍ଥ୍ୟ ସଂକଟ ଉପୁଜିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦର୍ଶାଇଛନ୍ତି ।

କରୋନା ମହାମାରୀ ବେଳେ ୟୁରୋପର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ସାଙ୍ଘାତିକ ପ୍ରଭାବ ପଡ଼ିଥିଲା । ସେଥିରୁ ମୁକୁଳିବା ପାଇଁ ୟୁରୋପୀୟମାନେ ଏବେ ବି ସଂଘର୍ଷ କରୁଛନ୍ତି । ପ୍ରଥମେ ଇଟାଲୀରେ ସ୍ୱାସ୍ଥ୍ୟ ସଂକଟ ଦେଖାଦେଇଥିଲା । ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିଲା । ବର୍ତ୍ତମାନ ଅନ୍ୟ ୟୁରୋପୀୟ ଦେଶରେ ସମସ୍ୟା ବଢ଼ିବାରେ ଲାଗିଛି । ଲୋକଙ୍କୁ ଚିକିତ୍ସା ପାଇଁ ଲାଞ୍ଚ ବି ଦେବାକୁ ପଡୁଛି । ଲଣ୍ଡନର ଇମ୍ପେରିଆଲ କଲେଜ ଦ୍ୱାରା ହୋଇଥିବା ଏକ ସଦ୍ୟ ଗବେଷଣାରୁ ଏହା ଜଣାପଡ଼ିଛି ।

ଏହି ରିପୋର୍ଟରୁ ଆହୁରି ଜଣାପଡ଼ିଛି ଯେ କରୋନା କାଳରେ ୟୁରୋପର ପ୍ରାୟ ସବୁ ହସ୍ପିଟାଲରେ ଅନେକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ । ତାହା ପରେ ସେମାନଙ୍କ ସ୍ଥାନ ପୂରଣ ଲାଗି ନୂଆ ଡାକ୍ତର ନିଯୁକ୍ତି ହୋଇନାହିଁ । ତା’ଛଡ଼ା କରୋନା ସଂକ୍ରମଣ ବେଳେ ଅନ୍ୟ ରୋଗୀମାନଙ୍କୁ ହସ୍ପିଟାଲରେ ଚିକିତ୍ସିତ ହେବାକୁ ଅନୁମତି ଦିଆଯାଇ ନ ଥିଲା । କେବଳ କରୋନା ଆକ୍ରାନ୍ତଙ୍କୁ ପ୍ରାଥମିକତା ଭିତ୍ତିରେ ଚିକିତ୍ସା କରାଯାଇଥିଲା । ଅନେକ ସାଧାରଣ ହସ୍ପିଟାଲ କୋଭିଡ ହସ୍ପିଟାଲରେ ପରିଣତ ହୋଇଥିଲା ।

ମହାମାରୀ ବେଳେ ଚିକିତ୍ସା ନ ମିଳିବାରୁ ଏବେ ସେମାନେ ହସ୍ପିଟାଲମୁହାଁ ହେଉଛନ୍ତି । ଫଳରେ ଏହି ରୋଗୀମାନଙ୍କ ସଂଖ୍ୟା ଦ୍ରୁତ ସଂଖ୍ୟାରେ ବଢ଼ିବାକୁ ଲାଗିଛି । କରୋନା ମହାମାରୀ ଶିଥିଳ ହେବା ପରେ ଏବେ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ପାଇଁ ସମସ୍ୟା ଉପୁଜୁଛି । ୟୁରୋପରେ ବର୍ତ୍ତମାନ ୫ ଲକ୍ଷ ଡାକ୍ତର ଓ ୧୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ରହିଛି ।

ଏହା ସତ୍ତ୍ୱେ ଆର୍ଥିକ ସମସ୍ୟା କାରଣରୁ ଏହି ପଦଗୁଡ଼ିକରେ ନିଯୁକ୍ତି ହୋଇପାରୁ ନାହିଁ । ୟୁରୋପୀୟ କ୍ୟାନ୍‌ସର ସଂଗଠନ ମୁତାବକ ୟୁରୋପରେ ପାଖାପାଖି ୧୦ କୋଟି କ୍ୟାନ୍‌ସର ସ୍କ୍ରିନିଂ ଟେଷ୍ଟ ହୋଇପାରୁ ନାହିଁ । ବ୍ରିଟେନ୍‌ର ଡା. ମାର୍କ ଲଲର୍‌ଙ୍କ ମୁତାବକ କରୋନା କାରଣରୁ ଯେଉଁ ସମସ୍ୟା ଉପୁଜିଛି, ତାହାର ଭରଣା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷମତାକୁ ୧୩୦% ବଢ଼ାଇବାକୁ ହେବ ।

ୟୁରୋପୀୟ ସଂଘ ମୁତାବକ ସ୍ୱିଜରଲାଣ୍ଡରେ ଜଣେ ବ୍ୟକ୍ତିଙ୍କ ପାଇଁ ପାଖାପାଖି ୭.୭୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଦ୍ୱିତୀୟ ସ୍ଥାନରେ ଥିବା ନରୱେରେ ବ୍ୟକ୍ତି ପିଛା ଏହି ଖର୍ଚ୍ଚ ୬.୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, ଯାହା ସରକାର ବହନ କରୁଛନ୍ତି ।

ୟୁରୋପୀୟ ମେଡିକାଲ କାଉନ୍‌ସିଲ୍‌ର ଚଳିତବର୍ଷର ରିପୋର୍ଟ ମୁତାବକ ୟୁରୋପରେ ପ୍ରତି ୧୦ରୁ ୪ ଜଣ ବ୍ୟକ୍ତି ଅବସାଦର ଶିକାର ହେଉଛନ୍ତି । ଡାକ୍ତରଙ୍କ ଅଭାବ ଯୋଗୁ ଏମାନେ କୌଣସି ପ୍ରକାର ଚିକିତ୍ସା ପାଇପାରୁ ନାହାନ୍ତି । ଫ୍ରାନ୍ସରେ ଅବସାଦର ଶିକାର ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ପାଇଁ ୬୦ ଦିନ ଅପେକ୍ଷା କରିବାକୁ ପଡୁଛି ।

   Related Posts