ଜାଡ଼ର ମାଡ, ଖାଦ୍ୟାନ୍ନର ଅଭାବ; ରୁଷକୁ ଶାନ୍ତ କରାଇବା ପାଇଁ ଭାରତ ଭରଷାରେ ୟୁରୋପ

Published By : Prameya-News7 Bureau | November 07, 2022 IST

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟର ଯୁଦ୍ଧ ନବମ ମାସରେ ଚାଲିଛି, କିନ୍ତୁ ଦୁଇ ଦେଶ ମଧ୍ୟରୁ କେହି ମଧ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନୁହନ୍ତି । ଜୁଲାଇରେ ମିଳିତ ଜାତିସଂଘ ଏବଂ ତୁର୍କିର ପ୍ରୟାସ ପରେ ରାସନ ବିକ୍ରି ପାଇଁ ଖାଦ୍ୟସଶ୍ୟ ରପ୍ତାନୀକୁ ମଞ୍ଜୁରୀ ମିଳିଥିଲା । ଏହି ଆଲୋଚନାରେ ପରଦା ପଛରେ ରହି ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା ଏବଂ ରୁଷକୁ ରାଜି କରାଇବାରେ ସଫଳ ହୋଇଥିଲା । କେବଳ ଏହା ନୁହେଁ, ଜାପୋରିଝଝିଆ ପରମାଣୁ ପ୍ଲାଣ୍ଟ ଉପରେ ରୁଷ ବୋମା ମାଡ଼ ଆରମ୍ଭ କରିବା ପରେ ସାରା ଦୁନିଆ ଭୟଭୀତ ହୋଇଥିଲା । ଏହି ସମୟରେ ରୁଷ ସହ ଭାରତ ଆଲୋଚନା ଏଠାରୁ ପଛକୁ ହଟିବା ପାଇ ରାଜି କରାଇଥିଲା।

ଏହାରି ଭିତରେ ଭାରତ ହିଁ ୟୁକ୍ରେନ ଏବଂ ରୁଷ ମଧ୍ୟ ଶାନ୍ତି ସ୍ଥାପନ କରି ପାରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଚଳିତ ସପ୍ତାହରେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ରୁଷ ଗସ୍ତରେ ଯିବେ । ଏହି ସମୟରେ ୟୁକ୍ରେନ ସହ ଯୁଦ୍ଧ ଶେଷ କରିବା ପାଇଁ ରୁଷ ସହ ଆଲୋଚନା କରିପାରନ୍ତି । ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ସାରା ଦୁନିଆର କୂଟନୀତିଜ୍ଞ ନଜର ଏହି ଗସ୍ତ ଉପରେ ରହିଛି । ଭାରତ ସରକାରଙ୍କ ଅଧିକାରୀ ମଧ୍ୟ ଏହା ଉପରେ ଚର୍ଚ୍ଚ କରୁଛନ୍ତି ଯେ ସଠିକ ସମୟ ଆସିଲେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଭାରତ ମଧ୍ୟସ୍ଥ ଭୂମିକା ଗ୍ରହଣ କରିବ ।

ଏବେ ଯୁଦ୍ଧ ଭିତରେ ଶୀତ ଦିନ ଆସିଛି । ୟୁକ୍ରେନ ସହ ପୂରା ୟୁରୋପରେ ଥଣ୍ଡା ସମୟରେ ଉର୍ଜା ଯୋଗାଣ ଏକ ବଡ଼ ସଂକଟ ହୋଇପାରେ । ଏପରି ସ୍ଥିତିରେ ଯୁଦ୍ଧ ରୋକିବା ଉପରେ ୟୁକ୍ରେନ ସହମତି ପ୍ରକାଶ କରିପାରେ । ବିଶେଷଜ୍ଞଙ୍କ ଅନୁମାନ, ଯଦି ଦୁଇ ପକ୍ଷ ଯୁଦ୍ଧରୁ ସମ୍ପୂର୍ଣ୍ଣ ରୂପେ ନ ହଟିଲେ ମଧ୍ୟ ଯୁଦ୍ଧ ବିରାମ ପାଇଁ ରାଜି ହୋଇପାରନ୍ତି । ଏସିଆନ ଷ୍ଟଡିଜ ସେଣ୍ଟର ନିର୍ଦ୍ଦେଶକ ଜେଫ୍ ଏମ.ସ୍ମିଥ କହିଛନ୍ତି, ଯଦି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନା ପାଇଁ କୌଣସି ତୃତୀୟ ପକ୍ଷ ସହମତି ପ୍ରକାଶ କରନ୍ତି ତେବେ ଭାରତରର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିପାରେ । ଭାରତ ଉପରେ ଦୁଇ ପକ୍ଷ ଭରଷା କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.