ଅକ୍ସଫୋର୍ଡ ବିଶ୍ଵ ବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ଭ୍ୟାକସିନର ସମୀକ୍ଷା ଆରମ୍ଭ କରିବ ୟୁରୋପୀୟ ନିୟାମକ, ଶୀଘ୍ର ଉପଲବ୍ଧ କରାଇବାକୁ ପ୍ରୟାସ ଜାରି

Published By : Prameya-News7 Bureau | October 04, 2020 IST

ନୂଆଦିଲ୍ଲୀ ୦୪।୧୦: ୟୁରୋପୀୟ ନିୟାମକ ଅକ୍ସଫୋର୍ଡ ବିଶ୍ଵ ବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ପିଏଲସିର ମିଳିତ ପ୍ରୟାସରେ ପ୍ରସ୍ତୁତ କରାଯାଉଥିବା କୋଭିଡ୍-୧୯ ଭ୍ୟାକସିନର ତ୍ଵରିତ ସମୀକ୍ଷା ଆରମ୍ଭ କରିଛି। ଅନୁମୋଦନ ମିଳିଲେ ଏହା ପ୍ରଥମ ଭ୍ୟାକସିନ ହୋଇପାରେ।

ୟୁରୋପିୟନ  ମେଡିସିନ ଏଜେନ୍ସି ବୁଧବାର ଏକ ରିପୋର୍ଟ ଜାରି କରି ଭ୍ୟାକସିନର ରୋଲିଂ ରିଭ୍ୟୁ ଆରମ୍ଭ କରାଯାଉଥିବା ଘୋଷଣା କରିଛି। ଜରୁରୀକାଳୀନ ସ୍ଵାସ୍ଥ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ନିୟାମକ ଭ୍ୟାକିସନର ସମୀକ୍ଷା କରିବାକୁ ଯାଉଛି ଯଦ୍ଵାରା ଭ୍ୟାକସିନ ଶୀଘ୍ର ପ୍ରସ୍ତୁତ ହୋଇ ଲୋକଙ୍କ ପାଇଁ ଉପଲବ୍ଧ ହୋଇ ପାରିବ।

ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପାଇଁ ଏହା ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଏହା ପୂର୍ବରୁ ପରୀକ୍ଷଣ ସମୟରେ ଭ୍ୟାକସିନ ଦିଆଯିବା ପରେ ଜଣେ ଗୁରୁତର ହୋଇପଡିବାରୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଉପରେ ରୋକ୍ ଲଗାଯାଇଥିଲା। ଏବେ ଏହାର ପରୀକ୍ଷଣ ପୁଣି ଥରେ ଆରମ୍ଭ ହୋଇ ଯାଇଛି। ଯଦ୍ଵାରା କରୋନାରୁ ଶୀଘ୍ର ନିଦାନ ମିଳି ପାରିବ।

ଇଏମଏ କହିଛି ଆରମ୍ଭରୁ ହୋଇଥିବା ପରିଣାମକୁ ଆଧାର କରି ସମୀକ୍ଷା ଆରମ୍ଭ କରାଯାଉଛି। ଆଷ୍ଟ୍ରାଜେନେକାର ମୁଖପାତ୍ର କହିଛନ୍ତି କମ୍ପାନୀ ବିକାଶକୁ ସ୍ଵାଗତ କରୁଛି ଏବଂ ଭ୍ୟାକସିନର ତଥ୍ୟ ଶୀଘ୍ର ଉପଲବ୍ଧ କରାଯିବ। ଉଲ୍ଲେଖନୀୟ ସମଗ୍ର ବିଶ୍ଵରେ ସଭିଙ୍କ ଆଶା ଏବେ ଅକ୍ସଫୋର୍ଡ ଭ୍ୟାକସିନ ଉପରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.