ୟୁରୋପ ଦେହ ବ୍ୟବସାୟ କରୋନା ମାଡ଼ରେ ଦେବାଳିଆ, ବନ୍ଦ ହେଲା ବିଶ୍ୱର ସର୍ବ ବୃହତ୍ତ ବ୍ରଥେଲ ‘ପାସା’

Published By : Prameya-News7 Bureau | September 05, 2020 IST

ବର୍ଲିନ୍‌ : କରୋନା ଭାଇରସ ଯୋଗୁ ସାରା ବିଶ୍ୱ ଗୁରୁତର ପ୍ରଭାବିତ ହୋଇଛି। ଗୋଟିଏ ପରେ ଗୋଟିଏ ଦେଶର ଜିଡିପି ଡୁବିବାରେ ଲାଗିଥିବା ବେଳେ ଲକ୍ଷ ଲକ୍ଷ ଲୋକେ ନିଯୁକ୍ତି ହରାଇଲେଣି। ଭୂତାଣୁ ଆଇଟିରୁ ଆରମ୍ଭ କରି ପ୍ରାୟ ସବୁ କ୍ଷେତ୍ରକୁ ପ୍ରଭାବିତ କରିଛି। ଏଥିରୁ ଦେହ ବ୍ୟବସାୟ ବି ବାଦ ପଡିନି। କରୋନା ଭାଇରସ ମହାମାରୀ ଯୋଗୁ ୟୁରୋପର ସବୁଠୁ ବଡ ବ୍ରଥେଲ (ବେଶ୍ୟାଳୟ) ନିଜକୁ ଦେବାଳିଆ ଘୋଷଣା କରିବା ସହ ବନ୍ଦ ହୋଇଯାଇଛି।

{"id":325525,"width":579,"height":328,"sizeSlug":"large"}

ପଶ୍ଚିମ ଜର୍ମାନର କଲୋନ ସିଟି ନର୍ଥ ରାଇନ୍ ବେଷ୍ଟୋଫେଲିଆରେ ଥିବା ବିଶ୍ୱର ସର୍ବ ବୃହତ୍ତ ବେଶ୍ୟାଳୟ ‘ପାଶା’ ଦେବାଳିଆ ଘୋଷଣା ଲାଗି ଗୁରୁବାର ଆବେଦନ କରିଛି। କରୋନା ସଂକଟ ଯୋଗୁ ବେଶ୍ୟାଳୟ ଏପରି ଅବସ୍ଥାର ସମ୍ମୁଖୀନ ହୋଇଥିବା ବିଶେଷଜ୍ଞ କହିଛନ୍ତି। ଜର୍ମାନରେ ଅନେକ କମ୍ପାନୀ ଏବେ ଆର୍ଥିକ ସଂକଟରେ ଗତି କରୁଛନ୍ତି। ଗତ କିଛିମାସ ହେଲା କରୋନା ଭାଇରସ ମହାମାରୀ ଯୋଗୁ ଲାଗୁ ହେଉଥିବା କଟକଣା ଯୋଗୁ ଏପରି ପରିସ୍ଥିତି ଉପୁଜିଛି।

{"id":325526,"width":577,"height":301,"sizeSlug":"large"}

କରୋନା କଟକଣାରେ ପାଶାର କାରବାର ଗୁରୁତର ପ୍ରଭାବିତ ହୋଇଛି।  ଦିନ ଦିନ ଧରି ଲୋକେ ପାଶା ଆଡକୁ ମୁହାଁଉ ନାହାନ୍ତି। ଏକ ଜର୍ମାନ ସମ୍ବାଦପତ୍ରକୁ ସାକ୍ଷାତକାର ଦେଇ ଏହାର ନିର୍ଦ୍ଦେଶକ ଅରମିନ୍‌ ଲୋବସାଇଡ କହିଛନ୍ତି ଯେ ଆମେ ଏବେ ଆମର ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛୁ।  ଗତ ୫ ମାସରେ କର୍ମଚାରୀ ଯେପରି ରୂପଜୀବି, ରୋଷେୟା, ମାସେଜ୍ କର୍ମୀ ଓ ହାଉସ୍‌ କିପିଂରେ ଆମେ ଆମର ସମସ୍ତ ଜମା ପୁଞ୍ଜି ଖର୍ଚ୍ଚ ହୋଇଯାଇଛି। ଏଣୁ ଆମେ ଦେବାଳିଆ ଘୋଷଣା ଲାଗି ଆବେଦନ କରିଛୁ।

{"id":325527,"sizeSlug":"large"}

 ବେଷ୍ଟୋଫେଲିଆରେ ପାଶା ଏକ ୧୦ ମହଲାର ବିଶାଳ ଦେହ ବ୍ୟବସାୟ କେନ୍ଦ୍ର। ଏହାର ରକ୍ଷଣାବେକ୍ଷଣ ବାବଦକୁ ବିପୁଳ ବ୍ୟୟ ହୁଏ। ଲୋବସାଇଡଙ୍କ ଅନୁସାରେ ତାଙ୍କର ଯାହା ବି ସଞ୍ଚିତ ଥିଲା କୋଭିଡ ସଂକଟ ସମୟରେ ୬୦ ଜଣ କର୍ମଚାରୀଙ୍କୁ ବେତନ ଦେବାରେ ଖର୍ଚ୍ଚ ହୋଇଯାଇଛି।  ୫ମାସ ପୂର୍ବେ ଦେଶରେ ପ୍ରଥମ କରୋନା ଭାଇରସ ସଂକ୍ରମଣ କାଳରେ ସରକାର ପ୍ରଥମେ ବେଶ୍ୟାଳୟ ବନ୍ଦ ଘୋଷଣା କରିଥିଲେ।

{"id":325528,"sizeSlug":"large"}

ସେତେବେଳେ ସରକାରଙ୍କ ନିଷ୍ପତ୍ତିକୁ ଦେହ ବ୍ୟବସାୟୀ ସଂଘ ତୀବ୍ର ବିରୋଧ କରିଥିଲା। ଏହା ଦ୍ୱାରା ଗଳି କନ୍ଦିରେ ଲୁଚା ଚୋରା କାରବାର ଆରମ୍ଭ ହେବ ଓ ମହିଳାମାନେ ନିର୍ଯାତୀତ ହେବେ ବୋଲି ରୂପଜୀବୀ ସଂଘ ଆଶଙ୍କା ପ୍ରକାଶ କରିଥିଲେ। ଏବେ ସତକୁ ସତ ବ୍ରୋଥେଲ ବନ୍ଦ ହୋଇଯାଇଛି। ପୂର୍ବରୁ ଅନେକ ଗୁରୁତର ସଂକଟରେ ବି ପାଶା କେବେ ବନ୍ଦ ହୋଇନଥିଲା। ହେଲେ କରୋନାରେ ବନ୍ଦ କରିବାକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.